#Headlines #National

ମମତା ବାନାର୍ଜୀ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ


ଭୁବନେଶ୍ୱର(ଲଲାଟେନ୍ଦୁ ସେନାପତି)ପଶ୍ଚିମବଙ୍ଗ ର ମୁଖ୍ୟମନ୍ତ୍ରୀ ଭାବେ ମମତା ବାନାର୍ଜୀ ଆଜି ତୃତୀୟଥର ପାଇଁ ରାଜଭବନରେ ଶପଥ ନେଇଛନ୍ତି, ଏହି ସପଥପାଠ ଉତ୍ସବରେ କେବଳ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଙ୍କୁ ଛାଡିଦେଲେ ଅନ୍ୟ କୌଣସି ମନ୍ତ୍ରୀ ଶପଥ ନେଇ ନାହାଁନ୍ତି, ସମ୍ପୂର୍ଣ କୋଭିଡ କଟକଣା ମଧ୍ୟରେ ଏହି ଶପଥ ପାଠ ଉତ୍ସଭ ଅନୁଷ୍ଠିତ ହୋଇଥିଲା, ପୂର୍ବରୁ ଉଦୟ ଲାବଣ୍ୟ

ଆକଳନ କରିଥିଲା ମମତା ହାରିଲେ ମଧ୍ୟ ସେ ହିଁ ହେବେ ମୁଖ୍ୟମନ୍ତ୍ରୀ, ଆଉ ସେଇଆ ଭି ହୋଇଛି, ଚଳିତ ପଶ୍ଚିମବଙ୍ଗ ନିର୍ବାଚନ ଏକ ରୋଚକ ମୋଡ଼ ନେଇଥିଲା,ସମସ୍ତେ ଆଶା କରୁଥିଲେ ଏଥର ମମତା ହାରିଯିବେ,ହେଲେ ସବୁ ଆକଳନ କୁ ଭୁଲ ପ୍ରମାଣିତ କରି ମମତା ବାନର୍ଜୀଙ୍କ ଟିଏମସି ଦଳ ବହୁ ସିଟ ରେ ଜିତି ତୃତୀୟଥର ପାଇଁ ସରକାର ଗଠନ କରିଛନ୍ତି,ସେହିପରି ବିଜେପି ସଭାପତି ଜେ ପି ନଡ଼ାଙ୍କ ଉପସ୍ଥିତିରେ କୋଲକାତା ରେ ବିଜେପି ବିଧାୟକ ମାନେ ମଧ୍ୟ ଶପଥ ନେଇଛନ୍ତି।ଆଗକୁ କଣ ଘଟୁଛି ଦେଖିବାକୁ ବାକି ରହିଲା।

Leave a comment

Your email address will not be published. Required fields are marked *