#Breaking News #Uncategorized

ତୁମୁଡିବନ୍ଧ ମଦ ଦୋକାନ ରୁ ଲୁଟ ଘଟଣା ପରେ ଏସଡିପିଓ ଙ୍କ ଷ୍ଟ୍ରିଙ୍ଗ

ଅପରେସନ : ସୌଖିନ ଓ ପ୍ରେମ ପାଇଁ ଡକାୟତି ଯୋଜନା :ଏସଡିପିଓ
ବାଲିଗୁଡା,୨୦/୦୫.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ଥାନା ସମେତ ବିଭିନ୍ନ ଥାନା ଅଞ୍ଚଳ ସମେତ ୫୯ନଂ.ଜାତୀୟ ରାଜପଥ ଉପରେ ଡକାୟତି କରୁଥିବା ଏକ ଗ୍ୟାଙ୍ଗ ତୁମୁଡ଼ିବନ୍ଧ ସ୍ଥିତ ଏକ ବିଦେଶୀ ମଦ ଦୋକାନ ରୁ ୬ଲକ୍ଷ ଟଙ୍କାର ମଦ ଲୁଟିବା ପରେ ପୁଲିସ ଆରମ୍ଭ କରିଥିଲା ଷ୍ଟ୍ରିଙ୍ଗ ଅପରେସନ । ପୁଲିସ ଜାଣିସାରିଥିଲା କି ଏହି ମଦ ଦୋକାନ ଲୁଟରେ ଯୁବ ଲୁଟେରା ଗ୍ୟାଙ୍ଗ ର ସଦସ୍ୟ ରହିଛନ୍ତି। ବାଲିଗୁଡ଼ା ଏସଡିପିଓ ମନୋଜ କୁମାର ପୂଜାରୀ ଏହି ଅପରେସନ ର ମଙ୍ଗଧରିଥିଲେ l ସେମାନଙ୍କ ନିକଟରେ ପହଞ୍ଚିବା ପାଇଁ ଏକ ମହିଳା ର ସହାୟତା ରେ ସେମାନଙ୍କ ନିକଟରେ ପହଁଚି ପାରିଥିଲା ପୁଲିସ ସେମାନଙ୍କୁ ଗିରଫ ପରେ ଡକାୟତି ପଛରେ ସୌଖିନ ମୋବାଇଲ, ଡ୍ରେସ, ଗାଡି ସାଙ୍ଗକୁ ନୂଆନୂଆ ଝିଅଙ୍କୁ ପ୍ରେମ ଜାଲରେ ଫସାଇ ୟୋସ କରିବା ଏମାନଙ୍କ ନିଶା ଏଥି ପାଇଁ ଦରକାର ହେଉଥିବା ଅର୍ଥ ପାଇଁ ସେମାନେ କରୁଥଲେ ବିଭିନ୍ନ ସ୍ଥାନରେ ଡକାୟତି ବୋଲି ପୁଲିସ ସମ୍ମୁଖରେ କହିଥିବା ବିଷୟ ବାଲିଗୁଡ଼ା ଏସଡିପିଓ ଶ୍ରୀ ପୂଜାରୀ ପ୍ରକାଶ କରିଛନ୍ତି । ଏହି ଯୁବ ଲୁଟେରା ଗ୍ୟାଙ୍ଗ ରେ କେବଳ ଏହି, ୧୦ଜଣ ଯୁବକ ନୁହନ୍ତି ଆହୁରି ଯୁବକ ରହିଥିବା ପୁଲିସ ନିକଟରେ ତଥ୍ୟ ରହିଛି। ସେମାନେ ମୁଖ୍ୟତଃ ତୁମୁଡିବନ୍ଧ, ବାଲିଗୁଡ଼ା, କଳାହାଣ୍ଡି ଓ ରାମପୁର ଥାନା ଅଞ୍ଚଳରେ ଲୁଟ କରୁଥିବା ବେଳେ ସ୍ଥାନ ବଦଳାଉଥିଲେ ଓ ଏକାଧିକ ଝିଅଙ୍କୁ ଲୋଭ ଦେଖାଇ ପ୍ରେମ ଜାଲରେ ଫସାଇ ଆସୁଥିଲେ ବୋଲି ଶ୍ରୀପୂଜାରୀ କହିଛନ୍ତି।

Leave a comment

Your email address will not be published. Required fields are marked *