#Breaking News #Uncategorized

ଜନ ବିକାଶ ତରଫରୁ କରୋନା ସଚେତନତା ସହ ବିଭିନ୍ନ ସାମଗ୍ରୀ ବଣ୍ଟନ


ବାଲିଗୁଡା,୨୬/ ୦୫(ସଞ୍ଜୟ କୁମାର ପାଣିଗ୍ରାହୀ): ସାରା ବିଶ୍ୱ ଆଜି କରୋନା ମହାମାରୀର ଦ୍ୱିତୀୟ ଲହରରେ ଅସ୍ତବ୍ୟସ୍ତ I କରୋନାର ଦ୍ୱିତୀୟ ଲହରରେ ମଣିଷ ଜୀବନ ମୃତ୍ୟୁ ସହ ଲଢେଇ କରୁଛି I ଏ ସମୟରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜନବିକାଶ ତରଫରୁ ବାଦେକେତା, ଗେଗୁରିପଦର, କୁଡୁପାକିଆ, ବାରଡିକିଆ, ଗହୀଙ୍ଗିଆ, ସାରିକେତା, ସାଇନପଡା ଓ ସଲାଗୁଡା ଗ୍ରାମରେ ଆଞ୍ଚଳିକ ଭାଷା ତଥା କୁଇ ଓ ଓଡ଼ିଆ ଭାଷାରେ ଲୋକମାନଙ୍କୁ କରୋନା ସମ୍ପର୍କିତ ବିଭିନ୍ନ ସଚେତନ ମୂଳକ କାର୍ଯ୍ୟକ୍ରମ କରାଯାଇଥିଲା I ବର୍ତ୍ତମାନ କରୋନା ମହାମାରୀର ଦ୍ୱିତୀୟ ଲହରରେ କିପରି ଭାବରେ ସୁରକ୍ଷିତ ରହିବ ଓ କଣ ସବୁ ସରକାରୀ ନିୟମ ରହିଛି ତାହା ଜନସାଧାରଣଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲା I ଜନ ବିକାଶର ଏପରି ସଚେତନ କାର୍ଯ୍ୟକ୍ରମରେ ବାଲିଗୁଡା ବିଧାୟକ ଚକ୍ରମଣି କହଁର, ଗୋଷ୍ଠିଉନ୍ନୟନ ଅଧିକାରୀ ଶରତ ଚନ୍ଦ୍ର ପାତ୍ର, ସିଡିପିଓ ଦ୍ରୌପତି କହଁର ଓ ଜନ ବିକାଶର ନିର୍ଦେଶକ ଫାଦର ମଦନ ସୁଆଲ ସିଂ ଏବଂ ଅନ୍ୟମାନେ ଉପସ୍ଥିତ ରହି ସଚେତନ ମୂଳକ କାର୍ଯ୍ୟକ୍ରମ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ପ୍ରତ୍ୟେକ ପଞ୍ଚାୟତର ସରପଞ୍ଚ , ଆଶାକର୍ମୀ, ଅଙ୍ଗନବାଡି ଏବଂ ୱାର୍ଡ ମେମ୍ବର ଙ୍କ ଉପସ୍ଥିତିରେ ଜନବିକାଶ ଦ୍ୱାରା ମାସ୍କ, ସାବୁନ ଓ ସାନିଟାଇଜର ବଣ୍ଟନ କରାଯାଇଥିଲା I ଏପରି ଭୟାନକ ବିପଦ ସମୟରେ ଜନ ବିକାଶ ଲୋକଙ୍କ ପାଖରେ ପହଂଚି ସଚେତନ ଓ ସହାୟତା କରିଥିବାରୁ ବୁଦ୍ଧିଜୀବୀ ଏବଂ ଅଞ୍ଚଳବାସିଙ୍କ ତରଫରୁ ଜନବିକାଶ ଅନୁଷ୍ଠାନକୁ ଧନ୍ୟବାଦ ଏବଂ ପ୍ରଶଂସା କରାଯାଇଛି I

Leave a comment

Your email address will not be published. Required fields are marked *