#Breaking News #Uncategorized

୧୮ ରୁ ୪୪ ବର୍ଷ ବୟସ୍କ ବ୍ୟକ୍ତିମାନଙ୍କର କରୋନା ଟୀକା କରଣ ଆରମ୍ଭ


କନ୍ଧମାଳ,୦୬/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରାଞ୍ଚଳରେ ଚଳିତ ମାସ ୭ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ୧୮ ରୁ ୪୪ ବର୍ଷ ବୟସ୍କ ବ୍ୟକ୍ତିମାନଙ୍କର କୋଭିଡ଼ ଟୀକାକରଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ୪୦୦୦ ହିତାଧିକାରୀଙ୍କ ପାଇଁ ଏହା ଉପଲବ୍ଧ ହେବ। ଫୁଲବାଣୀ ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ବିଜୁ କଲ୍ୟାଣ ମଣ୍ଡପ ଓ ବିପି ଆଇ ଟି କଲେଜରେ ଏହି ଟୀକାକରଣ କରାଯିବ। ଇଚ୍ଛୁକ ହିତାଧିକାରୀ ମାନେ କୋ-ୱାଇନ ପୋର୍ଟାଲ କିମ୍ବା ଆରୋଗ୍ୟସେତୁ ଆପ୍ ମାଧ୍ୟମରେ ଅନଲାଇନ ରେଜିଷ୍ଟ୍ରେସନ୍ କରିବେ। ଏଥି ପାଇଁ ଶନିବାର ସଂଧ୍ୟା ୮ ଟା ରୁ ସ୍ଳଟ୍ ବୁକିଙ୍ଗ୍ ଆରମ୍ଭ ହୋଇଛି । ଏଣୁ ଫୁଲବାଣୀ ସହରାଞ୍ଚଳର ୧୮ ରୁ ୪୪ ବର୍ଷ ବ୍ୟକ୍ତି ମାନେ ଏହାର ନିଶ୍ଚୟ ସୁଯୋଗ ନେବା ପାଇଁ ଅନୁରୋଧ କରାଯାଇଛି l

Leave a comment

Your email address will not be published. Required fields are marked *