#Viral

ଓଡ଼ିଶାର ଗର୍ଵ ଓ ଗୌରବ ,ଶବର ସାଥି ରିତୁରାଣୀ ସାସମଲ

କଟକ(ଉଲାପ୍ର)
ସଡକ ଦୃଘଟଣା ହେଉ କି ଟ୍ରେନ ଦୃଘଟଣା ଶବ ଯେତେ ପରିତ୍ୟକ୍ତ ହେଲେ ବି ଅଚିହ୍ନା ଶବ ଉଦ୍ଧାର ସହ ଶବ ପୋଡିବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିନିଅନ୍ତି ଋତୁରାଣୀ ସାସମଲ । ଆଉ ନିଜ ଇଛା ଶକ୍ତି ବଳରେ ବିଗତ ୫ ବର୍ଷ ମଧ୍ୟରେ ପ୍ରାୟ ୨୦୦୦ ଶବରୁ ଅଧିକ ଅଚିହ୍ନା ଶବ ଉଦ୍ଧାର କରିବା ସହ ପୋଡିବାରେ ପ୍ରଦୀପ ସେବା ଟ୍ରଷ୍ଟକୁ ସାହାଯ୍ୟ କରି ,ଆଜି ସେ ନିର୍ଭୟା ଚ୍ୟାରିଟେବୁଲ ଟ୍ରଷ୍ଟ କରି ସେବା କରି ଆସୁଛନ୍ତି । ଦିନରେ ଶବ ବୋହିବା ସହ ସନ୍ଧ୍ୟାରେ ଟ୍ରାଫିକ ଭଲ୍ୟୁଣ୍ଟର , ଏକ ବୃଦ୍ଧା ଶ୍ରମ ଜରିଆରେ ଅବହେଳିତ ବୃଦ୍ଧ ବୃଦ୍ଧାଙ୍କ ସେବା କରିବାର ଉଦେଶ୍ୟ ରଖିଛନ୍ତି ।


ବାଲେଶ୍ୱର ଜିଲ୍ଲା ବାଲିଆପାଳ ଗାଁର ଋତୁରାଣୀ ସାସମଲ ।ସ୍ୱାମୀ ଓ ସଉତୁଣୀଙ୍କ ନିର୍ଯାତନା ସହି ନପାରି ଆତ୍ମହତ୍ୟା କରିବାକୁ ଟ୍ରେନ ଲାଇନକୁ ସେ ଚାଲି ଆସିଥିଲେ । ହେଲେ ବିଧିର ବିଧାନ ଥିଲା ଆଉ କିଛି !ଯେଉଁ ନାରୀ ମୃତ୍ୟୁକୁ ନିଜ ନିଜର କରିବାକୁ ଯାଉଥିଲେ, ଆଜି ସେ ଅସହାୟ ମୃତକ ପାଇଁ ଦେବଦୂତ ପାଲଟିଛନ୍ତି।ସେ ଆଜି ପାଲଟିଛନ୍ତି ମହିଳା ମାନଙ୍କ ପାଇଁ ପ୍ରେରଣାର ଉତ୍ସ ।ଋତୁରାଣୀ ଆଜି ଜଣେ ଉତ୍ସଗିକୃତ କର୍ମୀ ଭାବେ ଓଡ଼ିଶାରେ ବେଶ

ପରିଚିତ। ୧୯ ବର୍ଷ ତଳେ ପ୍ରେମ ବିବାହ କରି ୨ ଟି କନ୍ୟା ସାନ୍ତାନର ମା ହେବାର ସୌଭାଗ୍ୟ ଅର୍ଜନ ପରେ, ତାଙ୍କ ଜୀବନରେ ଯେମିତି କଳା ବାଦଲ ମାଡି ଆସିଲା । ହେଲେ ପରିବର୍ତ୍ତନ ପରିସ୍ଥିତିରେ ଏକ ନୁଆଁ ମୋଡରେ ନିଜକୁ ପାଆନ୍ତି ଋତୁରାଣୀ, ନୂଆ ଜୀବନ ପାଇବା ପରେ ଋତୁରାଣୀ ସାମ୍ନାରେ ଥିଲା ଏକ ନୁଆଁ ପରିଚୟ , ଆଉ ସେ ବନି ଯାଆନ୍ତି ” ଶବର ସାଥି ” ।

Leave a comment

Your email address will not be published. Required fields are marked *