#Breaking News #National

ସହିଦ ସଞ୍ଜୟଙ୍କ ଶେଷକୃତ୍ୟ ସଂପନ୍ନ ଝୁରୁଛି ଗାଁ ମାଟି


ଫୁଲବାଣୀ- (ସୁନୀଲ ପଟନାୟକ)
କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଳକର ବାରା ଗାମା ଗ୍ରାମରେ ଆଜି ସହିଦ ସଜଂୟ ଙ୍କ ପ୍ରାର୍ଥୀ ବ ଶରୀର ପହଞ୍ଚିବା ପରେ କାନ୍ଦବୋବାଳି ରେ ଗାଁ ଦାଣ୍ଡ ଫାଟି ପଡିଥିଲା। ସମସ୍ତଙ୍କ ଆଖିରେ ଲୁହ । ସଂଜୟ ବିହାରରେଜି ମେଣ୍ଟରେ ଯୋଗଦେଇ ଜାମ୍ମୁକାଶ୍ମୀର ର ଶ୍ରୀନଗରର ଏକ ପାର୍ବତ୍ୟ ଅଞ୍ଚଳରେ ଡ୍ୟୁଟି ସମୟରେ ହୃଦଘାତରେ ମୃତ୍ୟୁ ଘଟିଥିଲା। ମରଶରୀର ପହଞ୍ଚିବାପରେ ଗ୍ରାମବାସୀ ଅନ୍ତିମ ଦର୍ଶନ କରିବାପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକ।ରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ସହିଦ ସଂଜୟଙ୍କୁ ସେନା ପକ୍ଷରୁ ଗାର୍ଡ ଅଫ ଅନର ଦିଆଯିବା ସହିତ ଅନ୍ତିମ ସଂସ୍କାର କରାଯାଇଥିଲା,
ପ୍ରଶାସନ ପକ୍ଷରୁ କୋଭିଡ଼ ନିୟମ ପ୍ରକାରେ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ସଂଜୟଗତମାସରେ ଗ୍ରାମକୁ ଆସିଥିଲେ ଆଉ ଡାକରା ଆସିବା ଫଳରେ ଜୁନ ୧ରେ ଯାଇ କ।ର୍ଯ୍ୟରେ ଯୋଗଦେଇଥିଲେ।
ଆସନ୍ତା ଡିସେମ୍ବର ବେଳକୁ ପୁଣି ଘରକୁ ଆସିବେ କହି ଡ୍ୟୁଟିକୁଯାଇ ଥିଲେ। ତେବେ ସେ ଆସିବା ପୂର୍ବରୁ ତାଙ୍କର ମରଶରୀର ଗ୍ରାମରେ ପହଞ୍ଚିଥିଲା।

Leave a comment

Your email address will not be published. Required fields are marked *