#Breaking News

ମାଧୁରିମୁଣ୍ଡା ପ୍ରକଳ୍ପ କାର୍ଯ୍ୟ ରେ ଅନିୟମିତତା ଅଭିଯୋଗ


ଫୁଲବାଣୀ- (ସୁନୀଲ ପଟନାୟକ) ସରକାର ଚାଷ ଜମିକୁ ଖରିଫ ଓ ରବି ଋତୁରେ ଜଳ ସେଚନ ସୁବିଧା ଯୋଗା ଇ ଦେବା ଲାଗି କୋଟି କୋଟି ଟଙ୍କା ଅନୁଦାନ ଯୋଗାଇ ଦେଉଛିନ୍ତି ।
ହେଲେ ଏ ସବୁ ଅନୁଦାନ ଅର୍ଥର ସଦ ଉପଯୋଗ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେତେକ ସ୍ଥାନରେ ନିର୍ମିତ ପ୍ରକଳ୍ପଗୁଡିକ ନିମ୍ନମାନର ହେଉଥିବା ଯୋଗୁଁ ପାଣି ପାଉନାହଁ।ନ୍ତି ଚାଷୀ। ଆଉ କେଉଠି ନିର୍ମାଣର କମ ଦିନ ମଧ୍ୟରେ ପ୍ରକଳ୍ପ ଭାଙ୍ଗିଯାଉଥିବା ଅଭିଯୋଗ ହେଉଛି ।
ସେହିପରି କନ୍ଧମାଳ ଜିଲ୍ଲାର ରାଇକିଆବ୍ଲକ 6ର କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ମାଧୁରୀ ମୁଣ୍ଡା କ୍ଷୁଦ୍ର ଜଳ ସେଚନପ୍ରକଳ୍ମ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ।
ଏହି ପ୍ରକଳ୍ପର ଏଗ୍ରିମେଣ୍ଟ ମୂଲ୍ୟ ୫ କୋଟି ୪୮ ଲକ୍ଷ ୩୫ ହଜାର ୯୭୪ ଟଙ୍କା ରହିଥିବାବେଳେ ପ୍ରକଳ୍ପ ମୂଲ୍ୟ ୧କୋଟି ୪୦ ଲକ୍ଷ ୩୪ ହଜାର୬୩୦ ଟଙ୍କା ଅଛି । ପ୍ରକଳ୍ପ କାର୍ଯ୍ୟ ୧୨.୦୬.୨୦ ରୁ ଆରମ୍ଭ ହୋଇ ୨୨.୦୮.୨୦୨୧ରେ ସରିବାକୁ ଲକ୍ଷ୍ୟ ରଖାଯାଇଛି । ତେବେ ପ୍ରକଳ୍ପ କାର୍ଯ୍ୟ କୁ ଆଡେ ଏଷ୍ଟିମେଟ ଅନୁଯାୟୀ ହେଉ ନ ଥିବା ଅଭିଯୋଗ ହେଉଛି ।
ବାଲି ସିମେଣ୍ଟ ଅନୁପାତ ଠିକ ନ ଥିବା , ଲୁହାରଡ ଠିକ ଠାକ ବସାଯାଉନଥିବା, ଓ ଗୁଡ଼ି ଓ ମେଟାଲ ଉଚ୍ଚମାନର ବ୍ୟବହାର କରାଯାଉନଥିବା କୁହାଯାଉଛି ।
ଫଳରେ ଏତେ ଟଙ୍କା ମୁଲ୍ୟର ପ୍ରକଳ୍ପଗୁଡିକୁ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ନିୟମିତ ଉପସ୍ଥିତ ରହି ସବୁର ଠିକଭାବେ ତଦ।ରଖ ନ କଲେ ପ୍ରକଳ୍ପ କମ ଦିନରେ ନଷ୍ଟ ହୋଇଯିବ ଓ ଅଞ୍ଚଳର ଚାଷୀମାନେ ବର୍ଷତମାମ ଚାଷ କରିବାରୁ ବଞ୍ଚିତ ହେବେ ଫଳରେ ଚାଷୀମାନଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ସମ୍ଭବ ହେବନି ଓ ସରକାରଙ୍କ ମଧ୍ୟ ଲକ୍ଷ୍ୟସାଧିତ ହେବନାହିଁ ବୋଲି ଚାଷୀନେତା ମାନେ ମତବ୍ୟକ୍ତ କରିଛନ୍ତି।


ଏଣୁ ଜିଲ୍ଲାରେ ନିର୍ମାଣ ହେଉଥିବାପ୍ରକଳ୍ପ ଯେପରି ଉନ୍ନତ ମାନ ର ହେବା ସହ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଯେପରି ସମାପ୍ତ ହେବ ଓ ଚାଷି ଜମିକୁ ଯେପରି ଉଚିତ ଜଳସେଚନ ବ୍ୟବସ୍ଥା ହୋଇପାରିବ ସେଥି ପ୍ରତି ବିଭାଗୀୟ ଉଚ୍ଚ କତୃପକ୍ଷ ଦୃଷ୍ଟି ଦେଲେ ସରକାରଙ୍କ ଲକ୍ଷ୍ୟ ସାଧିତ ହୋଇ ପାରିବ ଅନ୍ୟଥା ଠିକାଦାର ଓ ଯନ୍ତ୍ରୀ ମାଲାମାଲ ହେବେ ସିନା ଚାଷୀ ସୁଫଳ ପାଇବେନି ଆଉ ସରକାରଙ୍କ କୋଟି କୋଟି ଟଙ୍କା ପାଣିରେ ପଡିବା ସାର ହେବ। ଏ ସଂପର୍କରେ ପ୍ରତିକ୍ରିୟା ନେବା ଲାଗି ନିର୍ବାହୀ ଯନ୍ତ୍ରୀ ଇଂସୁନୀଲ କୁମାର ତ୍ରିପାଠିଅଫିସରେ ନ ଥିବା ଫଳରେ ତାଙ୍କୁ ଫୋନ ରେ ଯୋଗାଯୋଗ କରାଯାଇଥିଲା ହେଲେ କୌଣସି ଅସୁବିଧାବଶତଃ ଫୋନ ରିସିଭ ନ କରିବାରୁ ନିବାହୀ ଯନ୍ତ୍ରୀଙ୍କ ମତାମତ ମିଳିପାରିନଥିଲା ।

Leave a comment

Your email address will not be published. Required fields are marked *