#Breaking News #State

ପଞ୍ଚଭୂତ ରେ ଲିନ ହେଲା ଡ଼ଃ ଜିମୁତ ମଙ୍ଗରାଜଙ୍କ ପାର୍ଥିବ ଶରୀର

ଭୁବନେଶ୍ୱର(ଉଲାପ୍ର)ପଞ୍ଚଭୁତ ରେ ଲିନ ହୋଇଯାଇଛି ରାଜ୍ୟର ବରିଷ୍ଠ ସାମ୍ବାଦିକ,ଉତ୍କଳ ସାମ୍ବାଦିକ ସଂଘର ସଭାପତି,ତିନିଗୋଟି phd ସହିତ ଡକରେଟ ପାଇଥିବା ଡ଼ଃ ଜିମୁତ ମଙ୍ଗରାଜ ଙ୍କ ପାର୍ଥିବ ଶରୀର,ଖାଲି ଯେ ସେ ସାମ୍ବାଦିକ ଥିଲେ ତା ନୁହେଁ ବହୁ ବହିର ଲେଖକ,ସାହିତ୍ୟିକ, ସମାଲୋଚକ,ନେତା କାଗଜ,ଲାଇଫ ଲାଇନ,ଓଡିଶା ଆବାଜ ର ପ୍ରତିଷ୍ଠାତା ସମ୍ପାଦକ ଥିଲେ,ଏହା ସହିତ ସଚିବାଳୟ ସାମ୍ବାଦିକ ସଂଘର ସଭାପତି ସହିତ ଅନେକ ଅନୁଷ୍ଠାନ ସହିତ ଜଡିତ ଥିଲେ,ଗତକାଲି ନିଜ ଗ୍ରାମ ଖୋର୍ଧାରୁ ସ୍କୁଟି ଯୋଗେ ଭୁବନେଶ୍ୱର ଫେରୁଥିବା ବେଳେ ଯାଆଁଳା ନିକଟରେ ସଡକ ଦୁର୍ଘଟଣାରେ ତାଙ୍କର ପରଲୋକ ହୋଇଯାଇଥିଲା,ସୋମବାର ଦିନ ତାଙ୍କ ମର ଶରୀରକୁ ଏମ୍ସ ରୁ ବ୍ୟବଛେଦ ପରେ ତାଙ୍କ ପୁଅ,ଝିଅଙ୍କ ଜିମା ଦେବାପରେ

କଟକ ଚୌଦ୍ୱାର ର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଡ଼ଃ ମଙ୍ଗରାଜଙ୍କ ଜଣେ ଭଲ ବନ୍ଧୁଭାବେ ପାଖେପାଖେ ରହି ମରଶରୀରକୁ ଭୁବନେଶ୍ୱର ସତ୍ୟନଗର ସ୍ମଶାନ ପର୍ଯ୍ୟନ୍ତ ନେଇଥିଲେ, ସେଠାରେ ପୁର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ,ଦେବୀପ୍ରସାଦ ମିଶ୍ର,ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀ, ପ୍ରଗତିବାଦୀ ର କାର୍ଯ୍ୟକାରୀ ସମ୍ପାଦକ ବିରୂପାକ୍ଷ ତ୍ରିପାଠୀ,ଉତ୍କଳ ସାମ୍ବାଦିକ ସଙ୍ଘର ସମ୍ପାଦକ ବେଣୁଧର ପଣ୍ଡା,ଭୁବନେଶ୍ୱର ର ବହୁ ସାମ୍ବାଦିକ,କଟକ ଜିଲ୍ଲାର ସାମ୍ବାଦିକ ପ୍ରଭୁତି ବିଭିନ୍ନ ସ୍ଥାନର ସାମ୍ବାଦିକ ମାନେ ଉପସ୍ଥିତ ହୋଇ ପାର୍ଥିବ

ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ,ତାଙ୍କ ପରଲୋକରେ ସାରା ଓଡ଼ିଶାର ସାମ୍ବାଦିକ ମହଲରେ ଦୁଖର ଛାୟା ଖେଳିଯାଇଛି, ଗତ କିଛିଦିନ ତଳେ ଭିଜିଲାନ୍ସ ଡିଜି ଦେବାଶିଷ ପାଣିଗ୍ରାହୀଙ୍କର ପରଲୋକ ଖବର ସମ୍ପର୍କରେ ପ୍ରଗତିବାଦୀ ରେ ଡ଼ଃ ମଙ୍ଗରାଜ ଏକ ଦୁଃଖଦ ଖବର ପ୍ରସାରଣ କରିଥିଲେ, ଏହାର ଶୀର୍ଷକ ଥିଲା ମୃତୁ ଏମିତି ବି ଆସେ,ସତକୁ ସତ ଡ଼ଃ ନିମୁତ ମଙ୍ଗରାଜ ଙ୍କ ମୃତୁ ମଧ୍ୟ ସେମିତି ଆସିଛି,ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟର ସମସ୍ତ ସାମ୍ବାଦିକ ମାନେ ଡ ମଙ୍ଗରାଜଙ୍କ ପରଲୋକରେ ସମ୍ପୂର୍ଣ ଭାଙ୍ଗି ପଡ଼ିଛନ୍ତି।

Leave a comment

Your email address will not be published. Required fields are marked *