#Breaking News

ପାଇପ ଯୋଗେ ଆସୁଛି ଗୋଳି ପାଣି, ସହର ବାସୀ ଅତିଷ୍ଠ , ଅଭିଯୋଗ ଶୁଣୁନି ଜନ ସ୍ଵାସ୍ଥ୍ୟ ବିଭାଗ

.
ଫୁଲବାଣୀ- (ସୁନୀଲ ପଟନାୟକ)
ସହର ବାସୀଙ୍କୁ ସ୍ଵଛ ଜୀବାଣୁ ମୁକ୍ତ ପାନୀୟ ଜଳ ଯୋଗାଇଦେବା ଲାଗି କୋଟି କୋଟି ଟଙ୍କା ବ୍ୟୟ ହେଇଛି । ହେଲେ ଜନ ସ୍ଵାସ୍ଥ୍ୟ ବିଭାଗ ଯନ୍ତ୍ରୀଙ୍କ ଦୁର୍ନିତୀ ପୂର୍ଣ୍ଣମନୋଭାବ, ଅନଭିଜ୍ଞତା,ଅଦୁରଦର୍ଶିତ ।ଯୋଗୁଁ ଲୋକେ ନିୟମିତ ପାଣିପା ଉନାହାଁନ୍ତି। କେଉଁ ସାହିକୁ ଆସୁଛି ତ ଆଉ କେଉଁଠି ଦିନ ଦିନ ଧରି ଜଳଯୋଗାଣ ବନ୍ଦ ରହୁଛି । ଯେଉଁ ପାଣି ଆସୁଛି ତାହା ପିଇବା ଅନୁପଯୋଗୀ । ସଂପୂର୍ଣ୍ଣ
ଗୋଳି ପାଣି ଆସୁଛି ।ଅରିଯୋଗ କଲେ ଶୁଣୁନାହାନ୍ତି ଜନସ୍ଵ।ସ୍ଥ୍ୟ ବିଭାଗ ଯନ୍ତ୍ରୀ ।
ଫୋନ କଲେ ରିସିଭ କରୁନଥିବା ଅଭିଯୋଗ ହେଉଛି । ରକ୍ଷଣା ବେକ୍ଷଣ ପାଇଁ ଅସୁଥିବା ଅର୍ଥ ମିଥ୍ୟା ବିଲ କରି ହରିଲୁଟ କରାଯାଉଥିବା ମଧ୍ୟ ଅଭିଯୋଗ ହେଉଛି । ସହରରେ ଥିବା ଓଭରହେଡ ଟ୍ୟାଙ୍କ, ଟ୍ରିଟ, ମେଣ୍ଟ ପ୍ଲାଣ୍ଟସବୁ ସଫା କରାଯାଉନି ବର୍ଷ ବର୍ଷ ଧରି । ହେଲେ ବିଲ ହେଉଥିବା ଶୁଣିବାକୁ ମିଳୁଛି ।
ଗତ ମାର୍ଚ୍ଚ ମାସରେ କୁଆଡେ ଓଭରହେଡ ଟ୍ୟାଙ୍କମରାମତି ଓ ସଫା କରାଯିବା ବାବଦରେ ମାର୍ଚ୍ଚ ମାସରେ କୁ ଆଡେ ଲକ୍ଷ ଲକ୍ଷ ଟଙ୍କାର ବିଲ ପଇଠ କରାଯାଇଥିବା କୁହାଯାଉଛି।
ପ୍ରତି ଘରକୁ ପାଣି ଯୋଗ । ଇଦେଉଥିବା କଥା ସରକାର କହୁଥିଲେ ମଧ୍ୟ ନଦୀ ଖଣ୍ଡିସାହୀ ,ଶଗଡିଆ ସାହି, ଅରବିନ୍ଦ ନଗର, ଆଦି ଅଞ୍ଚଳର ଲୋକଙ୍କ ଘରକୁ ପାଣି ପହଞ୍ଚିପାରୁନି।
ସହକାରୀ ନିର୍ବାହୀ ଯନ୍ତ୍ରୀ ଏଠାରେ ଦୀର୍ଘବର୍ଷ ହେଲା ରହି କେବଳ ଦୁର୍ନିତୀରେ ଲିପ୍ତ ଥିବା ଅଭିଯୋଗ ହେଉଛି । କନିଷ୍ଠ ଯନ୍ତ୍ରୀ ଜଣେ ମହିଳା ହୋଇଥିବାରୁ ସେ ବି ସହରର ଜଳଯୋଗାଣ ବ୍ୟବସ୍ଥା କଥ। ଜାଣନ୍ତିନି କିଛି । ଏଣୁ ବିଭାଗରେ ଚାଲିଥିବା ଅସରନ୍ତି ଦୁର୍ନିତୀର ଭିଜିଲାନ୍ସ ବିଭାଗ ପକ୍ଷରୁ ତଦନ୍ତ କରାଯାଇ ଯନ୍ତ୍ରୀ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଅନ୍ୟତ୍ର ବଦଳୀଦାବୀ ହେଉଛି ।

Leave a comment

Your email address will not be published. Required fields are marked *