#Breaking News

ଅଜଣାଟ୍ରକ୍ ଧକ୍କାରେ ବାଇକ୍ ଆରୋହୀ ମୃତ


ଫୁଲବାଣୀ- (ସୁନୀଲ ପଟନାୟକ)
କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅନ୍ତର୍ଗତ ନୂଆଗାଁ ରେ ଅଭାବନୀୟ ଘଟଣା ଟ୍ରକ୍ ଧକ୍କା ରେ ବାଇକ୍ ଆରୋହୀ ଙ୍କମୃତ୍ୟୁ ଘଟିଥିବା ସୂଚନା ମିଳିଛି l
ମୃତକ ଜଣକ ହେଲେ ବେଲଘର ଗୁମ୍ମା ଗାଁ ର ବୃନ୍ଦାବନ ଜାନି l
ବୃନ୍ଦାବନ ନିଜ ଗାଁ ରୁ ବାଇକ୍ ଯୋଗେ ଦୂର୍ଗାପଙ୍ଗା ଅଭିମୁଖେ ଯାଉଥିବା ବେଳେ ମୁହା ମୁହିଁ ଧକ୍କା ହୋଇଥିଲା ଫଳରେ ବୃନ୍ଦାବନଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା
ବୃନ୍ଦାବନ ତାଙ୍କ ଝିଅ ବାହାଘର ତିଥି ନିର୍ଣ୍ଣୟ କରିବାକୁ ବାଇକରେ ଯାଉଥିଲେ । ହେଲେ କୋଟଗଡ଼ ଥାନା ଅନ୍ତର୍ଗତ ନୂଆଗାଁଠାରେ ଦୁର୍ଘଟଣା ଘଟିଥିଲା।
ଦୁର୍ଘଟଣା ଘଟାଇ ଟ୍ରକ ଚାଳକ ଘଟଣା ସ୍ଥଳରୁ ଫେରୀର ହୋଇ ଯାଇଛି । ଖବର ପାଇକୋଟଗଡ଼ ଥାନା ଅଧିକାରି ଧୀରଜ ଲେଙ୍କା ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଟ୍ରକ ଏବଂ ବାଇକ ଜବତ କରି ଘଟଣାର ତଦନ୍ତ କରୁଥିବା କହିଛନ୍ତି ।

Leave a comment

Your email address will not be published. Required fields are marked *