#Breaking News

ନୂତନ ଜିଲ୍ଲାପାଳ ଭାବେ ମନିଷା ବାନାର୍ଜୀ କାର୍ଯ୍ୟ ଭାର ଗ୍ରହଣ, କୃଷି ଓ କୃଷକ ଙ୍କ ସମାସ୍ୟା ଗୁରୁତ୍ବ ଦେବି


ବରଗଡ଼ :- କୃଷି ପ୍ରଧାନ ବରଗଡ଼ ଜିଲ୍ଲା ର କୃଷି ଓ କୃଷକ ଙ୍କ ପ୍ରତି ପ୍ରାଥମିକତା ଦିଆଯିବ। ସେହିପରି କୋଭିଡ ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତ ଜିଲ୍ଲା ପ୍ରଶାସନ ସଜାଗ ରହିବ ବୋଲି ଆଜି ବରଗଡ଼ ର ନୂତନ ଜିଲ୍ଲାପାଳ ମନିଷା ବାନାର୍ଜୀ ଆଇ .ଏ. ଏସ. କାର୍ଯ୍ୟ ଭାର ଗ୍ରହଣ କରି କହିଛନ୍ତି। ସରକାର ଙ୍କ ସମସ୍ତ ଯୋଜନାର ଯେପରି ସଫଳ ରୂପାୟନ ହୋଇ ପାରିବ ସେଥିପ୍ରତି ଦୃଷ୍ଟି ଦିଆଯିବ। ୫ ଟି କୁ ମଧ୍ୟ ଜିଲ୍ଲା ରେ କାର୍ଯ୍ୟକାରୀ କରି ଶିକ୍ଷା ଓ ସ୍ବାସ୍ଥ୍ୟ ର ବିକାଶ ଦିଗରେ କାର୍ଯ୍ୟ କରାଯିବ। ଜିଲ୍ଲା ରେ ଚାଷୀ ଙ୍କ ଧାନ ବିକ୍ରି ଗୋଟିଏ ମୁଖ୍ୟ ସମସ୍ୟା ରହିଛି,ଏହା କିପରି ସମାଧାନ ହୋଇପାରିବ ସେଥିପାଇଁ ଚାଷୀ,ମିଲର୍ସ ଙ୍କ ସହଯୋଗ ର ଆବଶ୍ୟକତା ରହିଛି ବୋଲି ନୂତନ ଜିଲ୍ଲାପାଳ ସୁଶ୍ରୀ ବାନାର୍ଜୀ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଥିଲେ।
(ସତ୍ୟ ନାରାୟଣ ପ୍ରଧାନ ବରଗଡ଼)

Leave a comment

Your email address will not be published. Required fields are marked *