#Breaking News

ମରିଗଲା ମାନବିକତା !ଏକୁଟିଆ ନିଜ ସ୍ତ୍ରୀ ର ଶବକୁ ବୋହିଲା ସ୍ୱାମୀ


କନ୍ଧମାଳ,୦୨/୦୭(ସଞ୍ଜୟ କୁମାର ପାଣିଗ୍ରାହୀ): ଏକୁଟିଆ ନିଜ ସ୍ତ୍ରୀ ର ଶବକୁ ବୋହିଲା ସ୍ୱାମୀ । ନିକଟରେ ଦେଖଣାହାରୀ ବହୁତ ଥିଲେ ମଧ୍ୟ କେହି ହେଲେ ସହାୟତା କଲେ ନାହିଁ । ଏଭଳି ଏକ ଅମାନବୀୟ ଦୃଶ୍ୟ ଦେଖିବାକୁ ମିଳିଛି, କନ୍ଧମାଳ ଜିଲ୍ଲା ସଦର ଫୁଲବାଣୀରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ଜଣେ ମହିଳାଙ୍କର ଚିକିତ୍ସାଧିନ ଅବସ୍ଥାରେ ଫୁଲବାଣୀ ଡାକ୍ତରଖାନାରେ ମହିଳା ଭେଷଜ ବିଭାଗରେ ମୃତ୍ୟୁ ହୋଇଥିଲା । ତାଙ୍କର ନିକଟରେ ତାଙ୍କ ସ୍ୱାମୀ ଏବଂ ତାଙ୍କର ନବଜାତ ଶିଶୁକୁ ଧରିଥିଲେ ବୟସ୍କ ବାପା । ତେବେ ମୃତ ମହିଳାଙ୍କ ଶବକୁ ଡାକ୍ତରଖାନାର ୱାର୍ଡରୁ ମହାପ୍ରୟାଣ ଗାଡିକୁ ନେବାପାଇଁ ତାଙ୍କର ସ୍ୱାମୀ ଥିଲେ । ତାଙ୍କର ଶବକୁ ଉପର ମହଲାରୁ ତଳକୁ ଆଣିବା ପାଇଁ କେହି ଜଣେ ମଧ୍ୟ ବ୍ୟକ୍ତି ସହାୟତା କରିନଥିଲେ । ଫଳରେ ସେ ଏକୁଟିଆ ନିଜ ସ୍ତ୍ରୀଙ୍କର ଶବକୁ ଉପର ମହଲାରୁ ତଳକୁ ବହୁତ କଷ୍ଟରେ ଆଣିଥିଲେ l ଶେଷରେ ସେହି ବ୍ୟକ୍ତି ଜଣକ ଏକୁଟିଆ ଶବକୁ ଆଣି ଷ୍ଟ୍ରେଚରରେ ରଖି ବହୁକଷ୍ଟରେ ମହାପ୍ରୟାଣ ଗାଡି ପାଖକୁ ନେଇଥିଲେ । ହେଲେ ଶବକୁ ଗାଡିରେ ରଖିବା ବେଳେ ମଧ୍ୟ ନିକଟରେ ଥିବା କୌଣସି ଲୋକ ତାଙ୍କୁ ସହାୟତା କରିନଥିଲେ । ଶେଷରେ ତାଙ୍କ ନବଜାତ ଶିଶୁକୁ ଧରିଥିବା ବାପା ବାଧ୍ୟହୋଇ ଶିଶୁକୁ ତଳେ ଶୁଆଇ ଶବକୁ ଗାଡି ଉପରକୁ ଟେକିବାରେ ସହାୟତା କରିଥିଲେ । ସତେ ଯେପରି ନିକଟରେ ଥିବା ମଣିଷ ମାନଙ୍କର ମାନବିକତା ମରି ଯାଇଥିଲା ଓ ଡାକ୍ତରଖାନାର କର୍ମଚାରୀମାନେ ଜଳଜଳ ହୋଇ ଏହି ଦୃଶ୍ୟକୁ ଦେଖୁଥିଲେ ବି କେହି ସହାୟତା କରିନଥିଲେ ।ଏହା ଆମ ସମାଜ ପାଇଁ ଏକ ନିନ୍ଦନୀୟ ଘଟଣା ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି l

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *