#Breaking News

ବାଲିଗୁଡା:ଆଦିବାସୀ ବୃଦ୍ଧା ଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ :ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଦାବୀ


ବାଲିଗୁଡା,୦୨/୦୭.(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଳକର କରଡୁକୁପା ପଞ୍ଚାୟତର ଉପାନ୍ତ ଅଞ୍ଚଳ ଟକପଦର୍ ଗ୍ରାମରେ ଜଣେ ବୃଦ୍ଧା ଆଦିବାସୀ ମହିଳା ଋତୁଲୀ ମାଝୀ ଙ୍କ ଦୁଃଖ ବୁଝିବାକୁ କାହା ପାଖରେ ସମୟ ନାହିଁ l ଏହି ବୃଦ୍ଧା ମହିଳା ଜଣକ ଆଜକୁ ୨ ବର୍ଷ ରୁ ଅଧିକ ହେବ ଏକ ଅଜଣା ରୋଗରେ ପୀଡିତ ଅଛନ୍ତି l ତାଙ୍କ ପାଟିର ତଳ ଓଠ ଏବଂ ଜିଭ ଫୁଲି ଯାଇ ଘା ରେ ଭର୍ତ୍ତି ହୋଇଛି । ଅନେକ ଦିନ ଭଲରେ ଖାଇବା, ପିଇବା କରି ନପାରି ଅତି ଦୁର୍ବଳତାରେ ଅଛନ୍ତି । ସେ ବାଲିଗୁଡା ଓ ବିଷମ କଟକ ମେଡିକାଲ୍ କୁ ଚିକିତ୍ସା ପାଇଁ ଯାଇଥିଲେ କିନ୍ତୁ ସେଠାରେ ଏହି ଚିକିତ୍ସା ହୋଇ ପାରିବ ନାହିଁ ବୋଲି କହି ଫେରାଇବା ସହ ବଡ଼ ମେଡିକାଲ ଯାହାକି ବ୍ରହ୍ମପୁର କିମ୍ବା ଭୁବନେଶ୍ୱର କୁ ଯାଇ ଚିକିତ୍ସିତ ହେବାକୁ ପରାମର୍ଶ ଦେଇଥିଲେ । ଓଡ଼ିଆ ଭାଷା ବୁଝି ପାରୁ ନ ଥିବା ଏହି ଆଦିବାସୀ ବୃଦ୍ଧାମହିଳା ଜଣକ ଙ୍କ ପାଖରେ ଏହି ଲକ୍ ଡାଉନ୍ ସମୟରେ ଗାଡ଼ି ଭଡ଼ା କରି ବ୍ରହ୍ମପୁର ବା ଭୁବନେଶ୍ଵର ଯିବା ପାଇଁ ଅର୍ଥ ପ୍ରତିବନ୍ଧକ ସାଜିଛି । ଗ୍ରାମର କିଛି ବଦାନ୍ୟ ବ୍ୟକ୍ତି ତୁମୁଡିବନ୍ଧ ମେଡିକାଲ କୁ ଯାଇ ଆମ୍ବୁଲାନ୍ସରେ ଯିବା ପାଇଁ ଅନୁରୋଧ କରିଥିଲେ ସୁଦ୍ଧା କିଛି ସୁଫଳ ମିଳି ନ ଥିଲା l ତାଙ୍କ ପରିବାର ଓ ଗ୍ରାମବାସୀମାନେ ସରକାରଙ୍କ ଠାରେ ଶ୍ରୀମତୀ ମାଝୀ ଙ୍କ ଚିକିତ୍ସା ପାଇଁ ସାହାଯ୍ୟ ଆଶା କରି କହିଛନ୍ତି ଯଦି ସରକାର ଏଥିରେ ହସ୍ତକ୍ଷେପ ନ କରନ୍ତି ତାହାହେଲେ ନିଶ୍ଚିତ ଭାବେ ସେ ବୃଦ୍ଧା ମା ଜଣକ ଙ୍କ ଜୀବନ ହାରିଦେବେ ବୋଲି କହୁଛନ୍ତି l ଦେଖିବାକୁ ବାକି ରହିଲା ଯେ ସରକାର ତାଙ୍କୁ ଚିକିତ୍ସା କରୁଛନ୍ତି ନା ସେପରି ରୋଗରେ ମୃତ୍ୟୁବରଣ କରି ବାକୁ ଛାଡ଼ି ଦେଉଛନ୍ତି । ପ୍ରକାଶ ଥାଉ କି ସରକାର ଅନେକ ଯୋଜନା କରୁଥିଲେ ମଧ୍ୟ ଏହି ଗ୍ରାମକୁ କେବେ ମଧ୍ୟ ଭ୍ରାମ୍ୟମାଣ ସ୍ଵାସ୍ଥ୍ୟ ସେବା ପହଞ୍ଚି ପାରିନାହିଁ ଏବଂ ଅନେକ ସମସ୍ୟା ରେ ଲୋକ ମାନେ କଷ୍ଟ ପାଉଛନ୍ତି l ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଅଞ୍ଚଳ ବାସୀଙ୍କ ତରଫରୁ ପ୍ରବଳ ଦାବୀ ହେଉଛି l

Leave a comment

Your email address will not be published. Required fields are marked *