#Breaking News #Slider

ସାପୁଆ ନଦୀ ପ୍ରଦୂଷଣ ରୋକିବା ଓ ଗୋଡିଝରିଆ ଜଳ ଯୋଗାଣ ପ୍ରକଳ୍ପ ଚାଲୁ କରିବା ଦାବି ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ, ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର


ଆଠଗଡ(ଉଲାପ୍ର)ସାପୁଆ ନଦୀରୁ ପ୍ରଦୂଷଣ ରୋକିବା ଓ ଗୋଡିଝରିଆ ଜଳ ଯୋଗାଣ ପ୍ରକଳ୍ପ ଚାଲୁ କରିବା ଦାବିନେଇ ଆଠଗଡ କଂଗ୍ରେସ ଦଳ ତରଫରୁ ଏକ ସାମ୍ବାଦିକ ସମିଳନୀ ପାର୍ଟି ଅଫିସ ଠାରେ ଅନୁଷ୍ଠିତ ହୋଇଯାଇଛି,ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ଉମାବଲଭ ରଥଙ୍କ ଉପସ୍ଥିତିରେ ଏହି ସାମ୍ବାଦିକ ସମ୍ମିଳନୀରେ ତିଗିରିଆ ବ୍ଲକ କଂଗ୍ରେସ ସଭାପତି ସୋମନାଥ ଦାସ,ସୁଦର୍ଶନ ସାହୁ,ଗୋଡିଝରିଆ ଯୋଗେଶ୍ୱରୀ କ୍ଲବର ସଭାପତି ମନୋରଞ୍ଜନ ସାହୁ ପ୍ରମୁଖ ଏହି ସାମ୍ବାଦିକ ସମିଳନୀ ରେ ଯୋଗଦେଇ ଅଭିଯୋଗ କରିଥିଲେ ସାପୁଆ

ନଦୀକୁ ପନସପାଟଣା ଅଞ୍ଚଳର କେତେକ ମଦ ବେପାରୀ ରାସାୟନିକ ପଦାର୍ଥ ଛାଡି ନଦୀକୁ ପ୍ରଦୂଷିତ କରୁଛନ୍ତି,ଯାହା ଫଳରେ ସ୍ଥାନୀୟ ଜନସାଧାରଣ ବହୁ ରୋଗରେ ପୀଡିତ ହେବା ସହିତ ସାପୁଆ ନଦୀର ବିଷାକ୍ତ ପାଣି ପିଇ ଗାଈ ଗୋରୁ ମଧ୍ୟ ପୀଡିତ ହେଉଥିବା ଅଭିଯୋଗ ଆସିଛି,ଏହା ବ୍ୟତୀତ ଗୋଡିଝରିଆ ଅଂଚଳରେ ଗତ ତିନିବର୍ଷ ହେଲା ବସୁଧା ଯୋଜନାରେ ଜଳଯୋଗାଣ ପ୍ରକଳ୍ପ କୋଟିକୋଟି ଟଙ୍କାରେ ନିର୍ମାଣ ହୋଇଥିଲେ ମଧ୍ୟ ସ୍ତାନୀୟ ଗ୍ରାମବାସୀ ଏହାର ସୁଫଳ ପାଉନାହାନ୍ତି,ପାନୀୟ ଜଳ ଗ୍ରାମବାସୀଙ୍କର ଆବଶ୍ୟକ ହେଉଥିବା ବେଳେ ସେମାନଙ୍କ ନିକଟରେ ପାନୀୟ ଜଳ ନପହଂଚିବା ଘଟଣା ନେଇ ଆଠଗଡ କଂଗ୍ରେସ ଦଳ ତରଫରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି, ଆଗାମୀ ଦିନରେ ସରକାର ଯଦି ଗ୍ରାମବାସୀ ଙ୍କୁ ପାନୀୟ ଜଳ ଯୋଗାଇ ନ ଦିଅନ୍ତି ତେବେ କଂଗ୍ରେସ ରାଜରାସ୍ତାକୁ ଓଲ୍ହାଇବ ବୋଲି ଚେତାବନୀ ଦେଇଛି।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *