#Breaking News

ବରଗଡ଼ ଜିଲ୍ଲା ଭାଜପା କୃଷକ ମୋର୍ଚ୍ଚା ପକ୍ଷରୁ ବୃକ୍ଷରୋପଣ


ବରଗଡ଼ : ଡାକ୍ଟର ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ଅବସରରେ ଗତ ୨୩ ତାରିଖରୁ ଭାରତୀୟ ଜନତା ପାର୍ଟି ତରଫରୁ କାର୍ଯ୍ୟକର୍ତ୍ତା ମାନଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଭାରତ ମଧ୍ୟରେ ଥିବା ବିଭିନ୍ନ ଅନୁଷ୍ଠାନ ଓ ସାମୁହିକ ସ୍ଥାନ ମାନଙ୍କରେ ବୃକ୍ଷରୋପଣ କାର୍ଯ୍ୟର ଶୁଭାରମ୍ଭ କରାଯାଉଛି । ଏହି କ୍ରମରେ ବରଗଡ ଜିଲ୍ଲାସ୍ତରୀୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ମହାପ୍ରଭୁ ନୃସିଂହ ନାଥ ପୀଠରେ ଅବସ୍ଥିତ ଆଇଓସିଏଲ ଅତିଥି ଭବନ ପରିସର ରେ ଭାଜପାର ଜିଲ୍ଲା କୃଷକ ମୋର୍ଚ୍ଚା ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଅତିଥି ଭାବରେ ଯୋଗଦେଇ ବୃକ୍ଷରୋପଣ କରିବା ସହ ଗଛ ଲଗାଇବା ଉପାଦେୟତା ଉପରେ ବକ୍ତବ୍ୟ ରଖିଥିଲେ । ଗଛ ହିଁ ଜୀବନ, ପରିବେଶ ବଞ୍ଚିଲେ ଆମେ ବି ବଞ୍ଚିବା ଏହି ବାର୍ତ୍ତା ଦେଇ କାର୍ଯ୍ୟକର୍ତ୍ତା ମାନଙ୍କୁ ଉତ୍ସାହିତ କରିଥିଲେ । ମୋର୍ଚ୍ଚା ର ଜିଲ୍ଲା ସଭାପତି ଶ୍ରୀକାନ୍ତ ମିଶ୍ରଙ୍କ ସମେତ ଜିଲ୍ଲା ଉପ ସଭାପତି ସରୋଜ ସାମଲ, କୃଷକ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଗୋବର୍ଦ୍ଧନ ଅଗ୍ରୱାଲ, ଜିଲ୍ଲା କୋଡିନେଟର ଯୋଗୀନ୍ଦ୍ର ଭୋଇ, ବରିଷ୍ଠ କାର୍ଯ୍ୟକର୍ତ୍ତା ଲୋଚନ ପ୍ରଧାନ, ସୁବୋଧ ପଣ୍ତା, କୃଷ୍ଣ ସାହୁ, ଶ୍ରୀ ରାଜେନ୍ଦ୍ର ସେଠ, ଧନଞୟ ପାଣ୍ତେ ପ୍ରମୁଖ ସହଯୋଗ କରିଥିଲେ ।

Leave a comment

Your email address will not be published. Required fields are marked *