#Breaking News

୭୦ ଛୁଇଂଲାଣି ଭତ୍ତା ମିଳିବ କେବେ ?


ଫୁଲବାଣୀ – (ସୁନୀଲ ପଟନୀୟକ)
କେନ୍ଦ୍ର ଓ ରାଜ୍ୟସରକାର ଗରୀବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରିଛନ୍ତି । ହେଲେ ଏ ସବୁ ଯୋଜନା ର ସୁଫଳ କିନ୍ତୁ ଗରିବ ଗୁରୁବାଙ୍କୁ ମିଳୁନିlଯାହାର କି ଜ୍ଵଳନ୍ତ ଉଦାହରଣ ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ଋତୁଙ୍ଗିଆ ଗ୍ରାମ ରେ କଟ୍ରିକିଆ ଗାଁ 6 ର।
ଗ୍ରାମ ର ଲଦ ପ୍ରଧାନ ଓ ରୁନ୍ଦେ ପ୍ରଧାନ ନାମକ ବୃଦ୍ଧ ଦମ୍ପତ୍ତି ଙ୍କୁ ସତୁରୀ ଛୁଇଁଲାଣି କିନ୍ତୁ ଭତ୍ତା ଗଣ୍ଡାଙ୍କ ମିଳୁନାହିଁ l ପଞ୍ଚାୟତ ଅଫିସ ଠୁ ଆରମ୍ଭ କରି ବ୍ଲକ୍ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଧାଇଁ ଧାଇଁ ନୟାନ୍ତ ହୋଇଥିଲେ ସୁଦ୍ଧା ଗୁହାରି ଶୁଣିବାକୁ କିଏ ନାହିଁ। ଭୋଟ ପରିଚୟ ପତ୍ର ରେ ଭୁଲରେ କୁଆଡେ ବୟସ କମ୍ ଲଖାଥିବାରୁ ଉଭୟ ଦମ୍ପତ୍ତି ଭତ୍ତା ପାଇବାରୁ ବଞ୍ଚିତ ହୋଇଥିବା କଥା ସ୍ବୀକାର କରିଛନ୍ତି ଖୋଦ ସରପଞ୍ଚ ନନ୍ଦ କିଶୋର ପ୍ରଧାନ ।ଏନେଇ ସରପଞ୍ଚ ପ୍ରତିକ୍ରିୟା ରେ କହିଛନ୍ତି ଯେ ଖୁବ୍ ଶୀଘ୍ର ଉଭୟ ଦମ୍ପତ୍ତି ଙ୍କ ବାର୍ଦ୍ଧକ୍ୟ ଭତ୍ତା ଦେବାର ବ୍ୟବସ୍ଥା କରାଯିବ।
ହେଲେ ଏହି ବୃଦ୍ଧ ଦମ୍ପତିଙ୍କୁ କେବେ ଭତ୍ତା ମିଳୁଛି ତାହା ଦେଖିବାର କଥା।

Leave a comment

Your email address will not be published. Required fields are marked *