#Breaking News

ପେଟ୍ରୋଲ,ଡିଜେଲ ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସ ବଜାଇବ ଘଣ୍ଟାଘଣ୍ଟି,ଥାଳି ବାଡେଇ କରିବେ ଅଭିନବ ପ୍ରତିବାଦ

ଆଠଗଡ(ଉଲାପ୍ର)କେନ୍ଦ୍ର ରେ ଥିବା ବିଜେପି ମୋଦି ସରକାରଙ୍କ ଦ୍ୱାରା ପେଟ୍ରୋଲ,ଡିଜେଲ ଓ ରନ୍ଧନ ଗ୍ୟାସ ର ଅହେତୁକ ମୂଲ୍ୟ ବୃଦ୍ଧି ଫଳରେ ସାଧାରଣ ଗରିବ ଓ ମଧ୍ୟବିତ୍ତ ପରିବାର ଉପରେ ଆର୍ଥିକ ବୋଝ ବଢି ବଢି ଚାଲିଛି। ପେଟ୍ରୋଲ ଓ ଡିଜେଲ ୧୦୦ ଟଙ୍କା ଛୁଇଁଲାଣି, ରନ୍ଧନ ଗ୍ୟାସ ୧୦୦୦ ଟଙ୍କା ରେ ପହଁଚିଲାଣି। ରାଜ୍ୟରେ ଥିବା ନବୀନ ସରକାର ଓ କେନ୍ଦ୍ର ଥିବା ମୋଦି ସରକାର ଟିକସ ବାବଦ ରେ ପ୍ରାୟ ୬୦ପ୍ରତିଶତ ରୁ ଅଧିକ ଅର୍ଥ ସାଧାରଣ ଜନତାଙ୍କ ଠାରୁ ଲୁଟୁଛନ୍ତି ପେଟ୍ରୋଲ,ଡିଜେଲ ଓ ରନ୍ଧନ ଗ୍ୟାସ ରୁ। କେନ୍ଦ୍ର ଓ ରାଜ୍ୟ ସରକାର ତୁରନ୍ତ ଏହି ଦ୍ରବ୍ୟରୁ ଟିକସ କମେଇବା ଦାବି ରେ କଂଗ୍ରେସ ଦଳ ପ୍ରତିବାଦ କରୁଛି। ସେହିପରି ଚାଷୀ ଧାନ ର ସର୍ବନିମ୍ନ ମୂଲ୍ୟ(ଏମଏସପି) କୁ ୨୯୩୦ଟଙ୍କା କୁ ବଢାଇବା ଓ ରାଜ୍ୟରେ ମଣ୍ଡି ରେ ଧାନ ବିକ୍ରୀ ପାଇଁ ଯେଉଁ ଟୋକନ ଦିଆଯାଇଥିଲା, ତାର ଅବଧି କୁ ଜୁଲାଇ୨୫ ତାରିଖ ପର୍ଯ୍ୟନ୍ତ ବଢାଇବା ଦାବି ନେଇ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ଆସନ୍ତା ଜୁଲାଇ ୭ ତାରିଖ ବୁଧବାର ଦିନ ସମଗ୍ର ଭାରତବର୍ଷ ରେ ପ୍ରତିବାଦ କରାଯାଉଛି। ଆଠଗଡ଼ ନିର୍ବାଚନମଣ୍ଡଳୀ କଂଗ୍ରେସ ଦଳ ପକ୍ଷରୁ ୨ ଦିନ ଧରି ପ୍ରତିବାଦ କରାଯିବାର ନିଷ୍ପତ୍ତି କରାଯାଇଛି। ତିଗିରିଆ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଆସନ୍ତା କାଲି ଜୁଲାଇ ୭ତାରିଖ (ସକାଳ୧୦ଘଣ୍ଟା ରୁ ୧୨ଘଣ୍ଟା) ବୁଧବାର ଦିନ ତିଗିରିଆ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଓ ଆଠଗଡ଼ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଆସନ୍ତା ଜୁଲାଇ ୮ ତାରିଖ (ସକାଳ ୧୦ ଘଣ୍ଟା ରୁ ୧୨ ଘଣ୍ଟା) ଗୁରୁବାର ଦିନ ଆଠଗଡ଼ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯିବାର ନିଷ୍ପତ୍ତି ହୋଇଛି। ଏହି ପ୍ରତିବାଦ ରେ ଥାଳି,ତାଳି, ଘଣ୍ଟ,ଘଣ୍ଟି,ଝାଞ୍ଜ,ମୃଦଙ୍ଗ ବଜେଇବା ସହ ପ୍ଲା କାର୍ଡ ପ୍ରଦର୍ଶନ କରି ପ୍ରତିବାଦ କରିବାକୁ ଆଠଗଡ କଂଗ୍ରେସ ନେତା ଉମାବଲଭ ରଥ କଂଗ୍ରେସ କର୍ମୀଙ୍କୁ ଅନୁରୋଧ କରିଛନ୍ତି।

Leave a comment

Your email address will not be published. Required fields are marked *