#Breaking News

ଡ଼ ଜିମୁତ ମଙ୍ଗରାଜଙ୍କ ଏକାଦସାହ ରେ ଭୁବନେଶ୍ୱର ରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି


ଭୁବନେଶ୍ୱର(ଲଲାଟେନ୍ଦୁ ସେନାପତି)ଉତ୍କଳ ସାମ୍ବାଦିକ ସଂଘର ସଭାପତି, ନେତା ରାଜନୈତିକ କାଗଜର ସମ୍ପାଦକ,ବରିଷ୍ଠ ସାମ୍ବାଦିକ, ସଚିବାଳୟ ସାମ୍ବାଦିକ ସଂଘର ସଭାପତି ତଥା ବହୁ ଅନୁଷ୍ଠାନ ସହିତ ଜଡିତ ଥିବା ବ୍ୟକ୍ତି ଡ଼ ଜିମୁତ ମଙ୍ଗରାଜଙ୍କ ପରଲୋକରେ ଏକା ଦଶାହ ଦିବସରେ ଆଜି ଭୁବନେଶ୍ୱର ଠାରେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳଙ୍କ ସରକାରୀ ବାସଭବନରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି, ଏହି ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ

ସାଂସଦ ପ୍ରସନ୍ନ କୁମାର ପାଟଶାଣୀ,ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର,ପୂର୍ବତନ ମନ୍ତ୍ରୀ ପ୍ରଫୁଲ ଚନ୍ଦ୍ର ଘଡେଇ,ଉତ୍କଳ ସାମ୍ବାଦିକ ସଂଘର ବିଭିନ୍ନ ଜିଲାର ସାମ୍ବାଦିକ,ଭୁବନେଶ୍ବର ର ସାମ୍ବାଦିକ ତଥା ଡ଼ ଜିମୁତ ମଙ୍ଗରାଜଙ୍କୁ ଭଲ ପାଉଥିବା ବ୍ୟକ୍ତିବିଶେଷ ମାନେ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ, ଏହି ଶ୍ରଦ୍ଧାଞ୍ଜଳି ସଭାରେ ଡ଼ ଜିମୁତ ମଙ୍ଗରାଜଙ୍କ ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରିବା ସହିତ ସର୍ବଧର୍ମ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା।

Leave a comment

Your email address will not be published. Required fields are marked *