#Breaking News

ଆଗକୁ ବର୍ଷା ଆସୁଛି, ଗାଁକୁ ରାସ୍ତା ନାହିଁ


୪୨୧ଗାଁ ବାହ୍ୟ ଜଗତରୁ ବିଛିନ୍ନ ଆଶଙ୍କା
ଫୁଲବାଣୀ- (ସୁନୀଲ ପଟନାୟକ)
ଏବେ ବର୍ଷାଦିନ ଆସିଲାଣି। ଆଗକୁ ଜୋରରେ ଛେଚି ବ।ଏ ପଟେ କନ୍ଧମାଳ ଜିଲ୍ଲାର ୧୨ଟି ବ୍ଲକର ୧୭୧ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୨୫ ଶହରୁ ଉର୍ଦ୍ଧ୍ଵ ଛୋଟବଡ଼ ଗ୍ରାମ ରହିଛି ।
ସେ ମଧ୍ୟ ରୁ କୁ ଆଡେ ୪୨୧ଗ୍ରାମକୁରାସ୍ତା ନାହିଁ। ଲୋକେ ପାହାଡ଼ ପର୍ବତ ନଦୀ ନାଳ ଡେଇଁ ବହୁ କଷ୍ଟରେ ଜୀବନକୁ ବାଜୀ ଲଗାଇ ଚାଲିଚାଲି ଯିବା ଆସିବା କରୁଛନ୍ତି । ଗାଡି ମଟର ଯିବା ସାତ ସପନ,Iଖରାଦିନରେ କେମିତି କଣ ଚଳିଯାଉଛି, ବର୍ଷା ଆସିଲେ କଥା ସରିଲା I ପାହାଡ଼ିଆ ନଦୀ ନାଳରେ ବନ୍ୟା ପାଣି ମାଡିଆସିଲେ ଏ ସବୁ ରାସ୍ତା ବିଛିନ୍ନ ହୋଇ ଯାଉଛି । ଫଳରେ ଜିଲ୍ଲାର ୪୨୧ଗ୍ରାମର ଲକ୍ଷାଧିକ ଲୋକ ବାହ୍ୟ ଜଗତରୁ
ବିଛିନ୍ନ ହୋଇ ଯିବା ଆଶଙ୍କା ସୃଷ୍ଟି ହୋଇଛି ।
ସରକାର ଗ୍ରାମାଞ୍ଚଳର ବିକାଶପାଇଁ ସିଏଫସି ଓ ଏସଏଫସିରେ କୋଟି କୋଟି ଟ ଙ୍କା ଅନୁଦାନ ଦେଉଛନ୍ତି ସତ ହେଲେ ଏଥିରୁ ସିଂହଭାଗ ଅର୍ଥ ନେତା ଓ ଅଫିସର ମାନଙ୍କ ପକେଟକୁ ଚାଲିଯାଉଥିବା ଫଳରେ ଏମାନେ ସ୍ଵାଧୀନତାର ୭୪ ବର୍ଷ ପରେ ବି ମୌଳିକ ସୁବି ଧାରୁ ବଞ୍ଚିତ ହୋଇଛନ୍ତି ।
ସୂଚନାପ୍ରକାରେ ଦାରିଙ୍ଗବାଡି ବ୍ଳକର ସର୍ବାଧୀକ ୫୭ଟି ଗ୍ରାମ ଥିବା ବେଳେ. ତୁମୁଡିବନ୍ଧ ୪୨.କୋଟଗଡ ୪୧.ବାଲିଗୁଡ଼ା ୩୪, ଫିରିଙ୍ଗିଆ ୫୨.କନୂଆଗାଁ ୨୫, ଟିକାବାଲି ୨୭, ଖଜୁରୀପଡ଼ା ୩୨.ଚକ। ପାଦ ୨୭.ଜି.ଉଦୟଗିରି ୨୪, ରାଇକିଆ ୨୮,ଓ ଫୁଲବାଣୀବ୍ଲକ୍ର ୧୧ଟି ଗ୍ରାମ ରହିଛି ।
ସରକାର ଉପାନ୍ତ ଯୋଜନା ଠୁ ଆରମ୍ଭ କରି ବିଜୁ ପକ୍କା ରାସ୍ତା, ମୁଖ୍ୟମନ୍ତ୍ରୀ ସଡକ ଯୋଜନା, ପ୍ରଧାନମନ୍ତୀସଡକ ଯୋଜନା ଗୋପବନ୍ଧୁ ଗ୍ରାମୀଣ ଯୋଜନା, ଆଦି କାହିଁ କେତେ ଯୋଜନାକରି ଛନ୍ତି ହେଲେ ଏ ସବୁ ଯୋଜନା କାଗଜ କଲମରେ ସିମିତ ରହିଥିବାରୁ ଲୋକେ ଏହା ର ସୁଫଳ ପାଉନାହ।ନ୍ତି।
ଏପଟେ ପ୍ରଶାସନିକ ଅଧିକାରିଙ୍କୁ ପଚା ରିଲେ ଅର୍ଥ ଅନୁଦାନ ଅନୁଦାନକୁ ଦେଖି ପ୍ରର୍ଯ୍ୟାୟକ୍ରମେ ରାସ୍ତା କରାଯାଉଥିବା କଥା କହିଛନ୍ତି। ହେଲେ କେବେ ସବୁ ଗ୍ରାମକୁ ସ୍ଥାୟି ରାସ୍ତା ହେବ ଲୋକେ ଗମନାଗମନର ସୁବିଧା ପାଇବେ ତାହା ଦେଖିବା ର କଥା।
,

Leave a comment

Your email address will not be published. Required fields are marked *