#Breaking News

ଗୁଦାରି ଆରଆଇ କାର୍ଯ୍ୟାଳୟ ଭିତରୁ ନାଗସାପ ଉଦ୍ଧାର


ଫୁଲବାଣୀ-( ସୁନୀଲ ପଟନାୟକ)
କନ୍ଧମାଳ ଜିଲା ଖଜୁରିପଡ଼ା ତହସିଲ ଅନ୍ତର୍ଗତ ଗୁଦାରି ରେ ଭି ନ୍ଯୁ ଇନସପେକ୍ଟର ଙ୍କ କାର୍ଯ୍ୟାଳୟ ମଧ୍ୟରୁ ଏକ ନାଗସାପକୁ ଉଦ୍ଧାର କରାଯାଇଛି। ଟିମ ହ୍ୟୁମାନିଟିର ସ୍ନେକ ହେଲପ ଲାଇନ ର ଭି ଜଗନାଥ ରାଜୁ ଓ ଅନ୍ୟମାନେ ସେଠାରେ ପହଞ୍ଚି ଉଦ୍ଧାର କରିଥିଲେ।ପରେ ସାପଟିକୁ ଜଙ୍ଗଲ ମଧ୍ୟରେ ଛାଡିଦିଆଯାଇଥିଲା।
ସୂଚନାଯୋଗ୍ୟ ଯେ ଗୁରୁବାର ଅଫିସ କାମ ଚାଲିଥିବ । ବେଳେ କର୍ମଚାରୀମାନେ ସ।ପଟିକୁ ଦେଖି ଭୟରେ ଚିତ୍କାର କରି ବାହାରକୁ ଚାଲିଆସିଥିଲେ।ପରେଆରଆଇ ସୁନୀଲ କୁମାର ଡିଗଲ ଟିମ ହ୍ୟୁମାନିଟିକୁ ଫୋନ କରିଥିଲେ । ଫଳରେ ଟିମ ହ୍ୟୁମାନିଟିର ଭି.ଜଗନ୍ନାଥ ରାଜୁ ତତକ୍ଷଣାତ ସେଠାରେ ପହଞ୍ଚି ନାଗ ସାପଟିକୁ ଉଦ୍ଧାର କରିଥିବାରୁ ଗୁଦାରି ଆ ର ଆଇ ସୁନୀଲ ଡିଗାଲଙ୍କ ସମେତ କର୍ମଚାରୀ ଭି.ଜଗନ୍ନାଥ ରାଜୁ ଓ ଟିମ ହ୍ୟୁମାନିଟି କୁ ଆନ୍ତରୀକ କୃତଜ୍ଞତା ଜଣାଇ ଛନ୍ତି । ସେହିପରି ଖଜୁରୀପଡ଼ା ତହସିଲଦାର ସ୍ଵପ୍ନିତାନା ଏକ ମଧ୍ୟ ଆରଆଇ କାର୍ଯ୍ୟାଳୟରୁ ବିଷାକ୍ତ ନାଗ ସାପ ଉଦ୍ଧାର କରିଥିବାରୁ ରାଜୁଙ୍କୁ ସାଧୁବାଦ ଜଣାଇଛନ୍ତି ।

Leave a comment

Your email address will not be published. Required fields are marked *