#Breaking News

ନିଖୋଜ ଡ୍ରାଇଭରର ମୃତଦେହ ଉଦ୍ଧାର ହତ୍ୟା ନା ଆତ୍ମହତ୍ୟା ସନ୍ଦେହଜନକ


ଫୁଲ ବାଣୀ- (ସୁନୀଲ ପଟନାୟକ)
୩ ଦିନ ଧରି ନିଖୋଜ ଥିବା ଜଣେ ଟ୍ରକ ଡ୍ରାଇଭରର ମୃତଦେହ ଝୁଲନ୍ତ। ଅବସ୍ଥାରେ ଉଦ୍ଧାର ହୋଇଛି ।
ମୃତ ଡ୍ରାଇଭର ଜଣକ ହେଲେ ବୌଦ୍ଧ ଜିଲ୍ଲା ପୁରଣା କଟକ ଅଞ୍ଚଳର ଆଲୋକ ପ୍ରଧାନ। ଆଲୋକ ମାଲବୋଝେଇ ଟ୍ରକକୁ ସଦର ଥାନା ଅନ୍ତର୍ଗତ ବଲମ ପଦରରାସ୍ତାରେ ଛାଡିଦେଇଥିଲେ। ଏନେଇ ଟ୍ରକ ମାଲିକ ଗତ ୪ ତାରିଖରେ ସଦର ଥାନାରେ ଏତେଲା ଦେଇ ଥିଲେ।
ତେବେ ଘଟଣାର ୩ ଦିନ ପରେ
ନିକଟସ୍ଥ ଶ୍ରାସାନଣ୍ଡା ଜଙ୍ଗଲରେ ଏକ ଗଛରେ ଡ୍ରାଇଭର ଆଲୋକର ଝୁଲନ୍ତ। ଅବସ୍ଥାରେ ମୃତଦେହ ମିଳିଥିଲା।ସଦର ଥାନା ପୋଲିସ ୧୫/୨୧ରେ ମାମଲା ଦାଏର କରି ଶବ ଜବତ କରି ଘଟଣାର ତଦନ୍ତ କରୁଛି । ତେବେ ପରିବାର ଲୋକେ ହତ୍ୟା କରି ଝୁଲାଇ ଦେଇଥିବା ଅଭିଯୋଗ କରିଛନ୍ତି। ମୃତ ଡ୍ରାଇଭରଙ୍କ ପକେଟରେ ୧୦ ହଜାର ଟଙ୍କା ଓ ମୋବାଇଲ ଉଦ୍ଧାର କରିଛି ପୋଲିସ। ଏହା ଆମୂହତ୍ୟା ନାହତ୍ୟା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ସଦର ଥାନା ଅଧିକାରୀ ପ୍ରଶାନ୍ତ ବେହେରା କହିଛନ୍ତି।

Leave a comment

Your email address will not be published. Required fields are marked *