#Breaking News

ଉନ୍ନୟନମୂଳକ କାର୍ଯ୍ୟ ଦେଖିବା ଲାଗି ଜଳଚ୍ଛାୟା ନିର୍ଦ୍ଦେଶକ ଙ୍କ କନ୍ଧମାଳ ଗ୍ରସ୍ତ


ଫୁଲବାଣୀ-( ସୁନୀଲ ପଟନାୟକ) ଉନୟନ୍ନ ମୂଳକ କାର୍ଯ୍ୟ କିପରି ଚାଲିଛି ସେ ନେଇ ପୁଙ୍ଖାନୁପୁଙ୍ଖ ତଦାରଖ କରିବାପାଇଁ ରାଜ୍ୟ ଜଳଛାୟା ମିଶନ ନିର୍ଦ୍ଦେଶକ ହେମନ୍ତ ପଣ୍ଡା ଶନିବାର ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଆସୁଛନ୍ତି। ଶ୍ରୀପଣ୍ଡା କଳାହାଣ୍ଡି ଦେଇ ତୁମୁଡିବନ୍ଧ ବାଲିଗୁଡ।, କନୁ ଆଗାଁ,ଫିରିଙ୍ଗିଆ ଆଦି ଅଞ୍ଚଳର କିଛି ପ୍ରକଳ୍ପବୁଲି ଦେଖିବେ।
କନ୍ଧମାଳ ଜିଲ୍ଲାରେ ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ଉନ୍ନୟନ୍ନ ପ୍ରକଳ୍ପ (ୱାଟେର ସେ ଡ)ରେ କୋଟି କୋଟି ଟଙ୍କା ବ୍ୟୟରେ ଜଳ ସଂରକ୍ଷଣ କରି ଚାଷ ଜମିକୁ ଜଳସେଚନ ବ୍ୟବସ୍ଥା, ଫାର୍ମ ପଣ୍ଡ ପ୍ରତିଷ୍ଠା, ଜମିହୁଡା ମରାମତି ସାଙ୍ଗଙ୍କୁ ଆର ଏଡି, ପିଏମକେଏସ ୱ।ଈଆଦି ଯୋଜନାରେ ଲୋକେ କିଭଳି ସୁବିଧା ପାଉଛନ୍ତି, କାମର ମାନ କିପରି ରହିଛି, କାର୍ଯ୍ୟରତ ଶ୍ରମିକମାନଙ୍କୁ ଠିକମଜୁରୀ ପ୍ରଦାନ କରାଯାଉଛି କି ନାହିଁ ଆଦି ସଂପର୍କରେ ରିଭ୍ୟୁ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।
ସେହିପରି ପୁଣିଥରେ ନିଉ ଜେନେରେସନ ୱ।ଟେରସେଡ-୬ରେ ଜିଲ୍ଲା 6ର ପ୍ରଥମ ପ୍ରର୍ଯ୍ୟ।ୟ ରେ ୪ଟି ବ୍ଳକ ହାତକୁ ନିଆଯାଉଛି। ପ୍ରଯ୍ୟାୟକ୍ରମେ ଅନ୍ୟ ବ୍ଲକ୍ କୁ ଏହା ସଂପ୍ରସାରଣ ହେବ। ସେ ନେଇ ମଧ୍ୟ ନିର୍ଦ୍ଦେଶକ ପଣ୍ଡା ଆଲୋଚନା କରି 6ବ ।
ଫିରିଙ୍ଗିଆ ଓ ଖଜୁରୀପଡ଼ା ବ୍ଳକ 6ର କୁ ଆଡେ କାମ ଠିକ ଭାବେ ହେଉନଥିବା, ଦୁଇଦୁଇଟା ଦାୟୀତ୍ଵରେ ରହି ପିଆଇ ଏ ରହୁନ ଥିବା, ଅସ୍ଥାୟୀ ଡ଼ବ୍ଲ୍କ୍କ୍ ଏମ ଟି କର୍ମଚାରୀ ମାନେ ଦାୟୀତ୍ଵ ରେ ରହି ମୋଟା ଅଙ୍କର ଅର୍ଥ ହେରଫେର କରିବା ନେଇ ହେଉଥିବା ଅଭିଯୋଗର ମଧ୍ୟ ତଦନ୍ତ କରିପାରନ୍ତି ନିର୍ଦ୍ଦେଶକ । ନିର୍ଦ୍ଦେଶକଙ୍କ ଗସ୍ତକୁ ନେଇ ଖଜୁରୀପଡ଼ା ଓ ଫିରିଙ୍ଗିଆ ବ୍ଲକ କର୍ମଚାରୀଙ୍କ ମଧ୍ୟରେ ଛନକା ପଶି ଯାଇ ଥିବା ଜଣା ପଡିଛି ।

Leave a comment

Your email address will not be published. Required fields are marked *