#Breaking News #Headlines

ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତି ନେଇ ତିଗିରିଆ ବ୍ଲକ ଘେରାଉ କଲା ବିଜେପି


ତିଗିରିଆ(ଉଲାପ୍ର)ସାରା ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତି ନେଇ ରାଜ୍ୟ ବିଜେପି ଦଳ ରାଜ୍ୟର ସବୁ ବ୍ଲକ ଘେରି ଥିବା ବେଳେ ଶୁକ୍ରବାର ଦିନ ତିଗିରିଆ ବ୍ଲକ ବିଜେପି ଦଳ ତରଫରୁ ବ୍ଲକ ଅଫିସ ଘେରାଉ କରାଯାଇଥିଲା, ବିଜେପି ନେତା ବ୍ରଜେନ୍ଦ୍ର ରାୟ ଙ୍କ ନେତୃତ୍ବରେ ଏକ ଶୋଭାଯାତ୍ରା ପାଞ୍ଚ ଗାଁ ଶିବ ମନ୍ଦିର ଠାରୁ ବାହାରି ତିଗିରିଆ ବ୍ଲକ ଆଗରେ ପହଁଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ,ଏହି ବିକ୍ଷୋଭ କାର୍ଯ୍ୟକ୍ରମ ରେ ବିଜେପି ନେତା ବିକ୍ରମ କେଶରୀ ଦାସ,ଶଙ୍କର୍ଷଣ ମହାନ୍ତି,ନୂଆପାଟଣା ମଣ୍ଡଳ ସଭାପତି ଚିନ୍ମୟ ମଳିକ, ସନ୍ତୋଷ ରାଉତ,ପୀତବାସ ନାୟକ,ଜଗଦାନନ୍ଦ ତ୍ରିପାଠୀ,ପ୍ରକାଶ କୁମାର ସେଠୀ,ବିଜୟ ପରିଡା,ପ୍ରମୋଦ ରାୟ, ବିଚିତ୍ରା ନନ୍ଦ ଜେନା,ନଚିକେତା ପର ମାଣିକ ପ୍ରମୁଖ ଆଗ ଧାଡ଼ିର ବିଜେପି କର୍ମୀମାନେ ଯୋଗ ଦେଇ ବିଜେଡି ସରକାର ଓ ସ୍ତାନୀୟ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଉପରେ ବର୍ଷିଥିଲେ,ବିଜେପି ନେତା ବ୍ରଜେନ୍ଦ୍ର ରାୟ ଅଭିଯୋଗ କରି କହିଛନ୍ତି ତିଗିରିଆ ବ୍ଲକ ଏକ ଛୋଟିଆ ବ୍ଲକ ହୋଇଥିଲେ ମଧ୍ୟ ଏହି ବ୍ଲକ ରେ କେବଳ ଦଳୀୟ ଭିତ୍ତିରେ ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନ କରାଯାଇଛି, ଯାହାକି ସାଧାରଣ ଗରିବ,ଗୁରୁବା ଏହି ଯୋଜନାରୁ ବଞ୍ଚିତ ହୋଇଛନ୍ତି, ତେଣୁ ଯୋଉ ବ୍ୟକ୍ତି ମାନଙ୍କୁ ବିଜେଡି ବିଧାୟକ ଦଳୀୟ ଭିତ୍ତିରେ କୋଠାଘର ଥିବା ବ୍ୟକ୍ତିଙ୍କୁ ପ୍ରଦାନ କରିଛନ୍ତି ଏହି ଆବାସ ତୁରନ୍ତ ସେହିବ୍ୟକ୍ତି ମାନେ ଆବାସ ଯୋଜନା କୁ ଫେରାଇ ଦିଅନ୍ତୁ ନଚେତ ବିଜେପି ଦଳ ତିଗିରିଆ ବ୍ଲକ କୁ ଅଚଳ କରିଦେବ ବୋଲି ବିଜେପି ନେତା ମାନେ ଚେତାବନି ଦେଇଛନ୍ତି।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *