#Breaking News

ଜଳବିଭାଜିକା ନିର୍ଦ୍ଦେଶକ ଙ୍କ ଦୁଇଦିନିଆ କନ୍ଧମାଳ ଗସ୍ତ, ଉନ୍ନୟନ୍ନ ମୁଳକ କାର୍ଯ୍ୟର ସମୀକ୍ଷା


ଫୁଲବାଣୀ-( ସୁନୀଲ ପଟନାୟକ) ଉନୟନ୍ନ ମୂଳକ କାର୍ଯ୍ୟ କିପରି ଚାଲିଛି ସେ ନେଇ ପୁଙ୍ଖାନୁପୁଙ୍ଖ ତଦାରଖ କରିବାପାଇଁ ରାଜ୍ୟ ଜଳବିଭାଜିକା ମିଶନ ନିର୍ଦ୍ଦେଶକ ହେମନ୍ତ ପଣ୍ଡା ଶନିବାର ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଆସି ଆଜି ଫେରିଯାଇଛନ୍ତି । ରାଜ୍ୟଜଳ ବିଭାଜିକା ମିଶନ ନିର୍ଦ୍ଦେଶକ ଶ୍ରୀ ପଣ୍ଡା କଳାହାଣ୍ଡି ଦେଇ କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ବ୍ଲକ ର ତୁମୁଡିବନ୍ଧ, ଓ କୁର୍ତମ ଗଡଠାରେ ବିଭାଗ ଦ୍ଵାରା ନିର୍ମିତ ଫାର୍ମ ପଣ୍ଡ ବୁଲି ଦେଖି ଖୁସି ବ୍ୟକ୍ତ କରିବା ସହ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ମହିଳାମାନଙ୍କ ସହ ଆଲୋଚନା ମଧ୍ୟ କରିଥିଲେ।ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲା ର ମହିଳାମାନେ 6ଯପରି ସ୍ୱାବଲମ୍ବୀ ହୋଇପାରିବେ ସେଥିପ୍ରତି ଦୃଷ୍ଟିଦେବା ଲାଗି ନିର୍ଦ୍ଦେଶକ ଶ୍ରୀ ପଣ୍ଡା ବିଭାଗୀୟ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ।
ସେହିପର ଖଜୁରୀପଡା ବ୍ଳକ ଅନ୍ତର୍ଗତ ଆର. ନୂଆଗାଁ ଅଞ୍ଚଳର ବିଜୟ ନା ଏକଙ୍କ ଫାର୍ମ ପଣ୍ଡ ବୁଲି ଦେଖିବା ସହ ସେଠାରେ ଏକ ଲେମ୍ବୁ ଗଛ ରୋପଣ କରିଥିଲେ ରାଜ୍ୟ ମୂର୍ତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ମିଶନ ନିର୍ଦ୍ଦେଶକ ଶ୍ରୀ ପଣ୍ଡା।
ସେହିପରି ବିଭାଗର ସମ୍ମିଳନୀ କକ୍ଷ ଠାରେ କୃଷି, ମତ୍ସ୍ୟ, ପ୍ରାଣୀ ବିଭାଗ,ଉଦ୍ୟାନ ବିଭାଗ,ଆଇଟିଡିଏ. ଜଙ୍ଗଲ ବିଭାଗ, ଆତ୍ମା ଉପପ୍ରକଳ୍ପ ନିର୍ଦ୍ଦେଶକ ଆଦି ବିଭିନ୍ନ ଲାଇନ ଡିପ ।ର୍ଟମେଣ୍ଟ ର ଅଧିକାରୀମାନଙ୍କ ସହ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନ୍ନ ମୂଳକକାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରିବା ସହ ନିଷ୍ଠା ଓ ଆନ୍ତରୀ କତାର ସହ କାର୍ଯ୍ୟ କରିବାଲାଗି ପରାମର୍ଶ ଦେଇଥିଲେ ।
ରାଜ୍ୟ ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ସୁଫଳ ଯେପରି ଗ୍ରାମାଞ୍ଚଳର ଲୋକମାନଙ୍କ ନିକଟରେ ପହଞ୍ଚିବ ଓ ଲୋକେ ଯେପରି ଯୋଜନାର ସୁଫଳ ପାଇବେ ସେଥିପ୍ରତି ବିଭାଗୀୟ ଅଧିକାରୀମାନେ ସତର୍କ ଦୃଷ୍ଟିରଖ୍ ବା ଲାଗି ପରାମର୍ଶ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ କନ୍ଧମାଳ ଜିଲ୍ଲା ଜଳବିଭାଜିକା ପ୍ରକଳ୍ପନିର୍ଦ୍ଦେଶକ ପ୍ରଶାନ୍ତ କୁମାର ତ୍ରୀପାଠି ଙ୍କ ସମେତ ବିଭାଗୀୟଏପିଡି,ପିଆଇଏଙ୍କ ସମେତ ସମସ୍ତ ଲାଇନ ଡିପା ର୍ଟମେଣ୍ଟର ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave a comment

Your email address will not be published. Required fields are marked *