#Breaking News

ଶ୍ରୀ ଜଗନ୍ନାଥ ସେବା ପ୍ରତିଷ୍ଠାନ ଓ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଟ୍ରଷ୍ଟ ର ୬ଷ୍ଠ ସ୍ୱନକ୍ଷତ୍ର ଦିବସ ଓ ୭୨ତମ ବନମହୋତ୍ସବ ପାଳନ ପାଳିତ


(ଭୁବନେଶ୍ୱର)-ଆଜି ଶ୍ରୀ ଜଗନ୍ନାଥ ସେବା ପ୍ରତିଷ୍ଠାନର ସ୍ୱନକ୍ଷତ୍ର ଦିବସ ପାଳନ ସହ ୭୨ତମ ବନମହୋତ୍ସଵ, ଖାରବେଳ ନଗରସ୍ଥିତ ଶିକ୍ଷକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ପଞ୍ଚାନନ କାନୁନଗୋ (ପୂର୍ବତନ ମନ୍ତ୍ରୀ ତଥା ବିଶିଷ୍ଟ ସମାଜସେବୀ ଓ ସାହିତ୍ୟିକ) । ସମ୍ମାନିତ ଅତିଥି ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା-(ପୂର୍ବତନ ମେୟର ତଥା ବିଧାୟକ) , ଓ ଶ୍ରୀମତି ସଂଗୀତା ଦାସ(ଶିକ୍ଷୟିତ୍ରୀ ତଥା ଧର୍ମପତ୍ନୀ ଗଣଶିକ୍ଷାମନ୍ତ୍ରୀ), ମୁଖ୍ୟବକ୍ତା ପ୍ରଫେସର ପ୍ରସନ୍ନ ପାଟ୍ଟଶାଣୀ(ପ୍ରାକ୍ତନ ସାଂସଦ ତଥା ବିଶିଷ୍ଟ କବି ଓ ସମାଜସେବୀ) , ଡଃ ରଜନୀ ରଞ୍ଜନ ଦାଶ(ସଭାପତି,ନିଶିଗନ୍ଧା ସାହିତ୍ୟ ସଂସଦ ଓ ଚଳଚିତ୍ର ଲେଖକ)ନିଶିଗନ୍ଧା ପଥପ୍ରଦର୍ଶକ ଶ୍ରୀଯୁକ୍ତ ପଦ୍ମନାଭ ତ୍ରିପାଠୀ(ପ୍ରଧାନ ଶିକ୍ଷକ,ସୁବକ୍ତା ତଥା ସାହିତ୍ୟାନୁରାଗୀ), ଇତ୍ୟାଦି ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସାଫଲ୍ୟମଣ୍ଡିତ କରିଥିଲେ ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ଏକ ସ୍ୱାଗତ ସଂଗୀତ ପରିବେଶକୁ ମନ୍ତ୍ରମୁଗ୍ଧ କରିଥିଲା । ପରେ ପରେ ଅତିଥି ଆମନ୍ତ୍ରଣ

କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ନାରୀ ସଶକ୍ତିକରଣ ସଂଗଠନ ର ସଭାପତି କୌଶଲ୍ୟା ବେଉରିଆ ଅତିଥି ମାନଙ୍କୁ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ । ତତପରେ ଆଜି ସଭାର ସଭାପତି ଶିକ୍ଷକ ଶ୍ରୀଯୁକ୍ତ ଚକ୍ରଧର ତ୍ରିପାଠୀ(ବିଶିଷ୍ଟ ସମାଜସେବୀ) ମହୋଦୟ ସଂଗଠନ ର ସଭାପତିତ୍ୱ କରିଥିଲେ । ସଭା ଆରମ୍ଭରେ ଶ୍ରୀଯୁକ୍ତ ଚକ୍ରଧର ସାର ମହୋଦୟ ସଭାର ଆଭିମୁଖ୍ୟ କୁ ଉପସ୍ଥାପନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପଞ୍ଚାନନ କାନୁନଗୋ ମହୋଦୟ ନିଶିଗନ୍ଧାର ଉତରୋତ୍ତର ଉନ୍ନତି କାମନା କରିବା ସହିତ ଆଜିର ଦିନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଏକ ମହତ କାର୍ଯ୍ୟ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ପ୍ରତିଷ୍ଠାନ ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ବଳରାମ ତରାଇ ମହୋଦୟ କାର୍ଯ୍ୟକ୍ରମ ର ମହତ ଉଦ୍ଦେଶ୍ୟ ସମ୍ପର୍କରେ ସମ୍ୟକ ଆଲୋକପାତ କରିଥିଲେ । ନିଶିଗନ୍ଧା ପ୍ରତିଷ୍ଠାନ ପରିବାରର ମୁଖ୍ୟ ସମ୍ପାଦିକା ନିଶିଗନ୍ଧା ଖବର କାଗଜ ର ସମ୍ପାଦିକା ଶ୍ରୀମତୀ ସରସ୍ୱତୀ ନାୟକ,ରାଜ୍ୟ ମୁଖ୍ୟ ପୃଷ୍ଠପୋଷକ କରୁଣାକର ମଲ୍ଲିକ ,ଶ୍ରୀ ଜଗନ୍ନାଥ ସେବା ପ୍ରତିଷ୍ଠାନର ଉପସଭାପତି ଗୋବିନ୍ଦ ଚନ୍ଦ୍ର ଫାରକ ,ନିଶିଗନ୍ଧା ଖବର ସହ ସମ୍ପାଦକ ସନ୍ତୋଷ କୁମାର ପାଢୀ,ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଉପସଭାପତି-ଚକ୍ରଧର ତ୍ରିପାଠୀ,ରାଜ୍ୟ ପୃଷ୍ଠପୋଷକ ଇଂ ଶ୍ରୀମତି ଅର୍ଚ୍ଚନା ଦାଶ , ଶ୍ରୀଯୁକ୍ତ ଦୁଷ୍ମନ୍ତ ସାହୁ(କବି) ଇତ୍ୟାଦି ବ୍ୟକ୍ତିବିଶେଷ ଉପସ୍ଥିତ ରହି ସେମାନଙ୍କର ବହୁମୂଲ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ଗୋଟିଏ ଗଛ କୋଟିଏ ଜୀବନ କୁ ଆଧାର କରି ଅତିଥିମାନଙ୍କ ସହଯୋଗ ରେ ବୃକ୍ଷରୋପଣ ପରି ମହତ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଯାହା ସମସ୍ତ ଙ୍କ ମନରେ ଉଲ୍ଲାସ ଆଣିଦେଇଥିଲା । ସର୍ବଶେଷରେ ରେ ସଭାପତି ମହୋଦୟ ଧନ୍ୟବାଦ ପୂର୍ବକ ସଭାକାର୍ଯ୍ୟକୁ ସାଙ୍ଗ କରାଇଥିଲେ ।

Leave a comment

Your email address will not be published. Required fields are marked *