#Breaking News

ଜଳସେଚନ ର ସୁବିଧା ନାହିଁ,ସ୍ଵଳ୍ପ ବୃଷ୍ଟିପାତକୁ ନେଇ ଚିନ୍ତାରେ କନ୍ଧମାଳ ଚାଷୀ


ଫୁଲବାଣୀ-( ସୁନୀଲ ପଟନାୟକ)
ଜଳସେଚନର ବ୍ୟାପକ ସୁବିଧା ନାହିଁ ଏପଟେ ଚଳିତ ବର୍ଷ କମ ବୃଷ୍ଟିପାତକୁ ନେଇ ଚିନ୍ତାରେ କନ୍ଧମାଳଚାଷୀ।
ଜିଲ୍ଲାରେ ମେ ମାସରେ ୯୧୯୩ମିମି ବୃଷ୍ଟିପାତ ହୋଇଛି । ସେହିପରି ଜୁନ ମାସରେ୧୨୫.୮୩ ମିମି ବଦଳରେ ହୋଇଛି। ଜୁଲାଇ ୧୩ସୁଧ । ୧୦୪.୮୨ମିମି ବର୍ଷା ହୋଇଥିବା ସରକ।ରି ରିପୋର୍ଟରୁ ଜଣାପଡିଛି ।
। ମୋସୁମୀର ଅନିୟମିତତା ଓ ଜଳସେଚନର ଅଭାବ ଯୋଗୁଁ ଜିଲାର ଚାଷ କାର୍ଯ୍ୟ ସଂପୂର୍ଣ୍ଣ ପ୍ରଭାବୀତ ହୋଇଛି ।
କନ୍ଧମାଳ ଜିଲ୍ଲାରେ ମୋଟ ୧ଲକ୍ଷ ୨୭ ହଜାର ୭୯୦ହେକ୍ଟର ଚାଷଜମି ରହିଛି। ସେଥିମଧ୍ୟରୁ ହେକ୍ଟର ୯୬, ୨୯୮ ହେକ୍ଟର ଉଚ୍ଚା ଜମିରହିଥିବାବେଳେ ୧୦ ହଜାର ୮୬୮ହେକ୍ଟର ଖାଲ ଜମି ଓ ୨୦ ହଜାର୬୨୪ହେକ୍ଟର ମଧ୍ୟମ କିସମ ଜମି ରହିଛି ।
ସେଥିରୁ ପ୍ରାୟ ୫୦ ହଜାର ହେକ୍ଟର ଧାନଚ।ଷ ହୋଇଥାଏଜିଲ୍ଲାରେ, Iତେବେ ଚଳିତବର୍ଷ ବର୍ଷାର ଅନିୟମିତତା ଦେଖି ଆକାଶକୁ ଅନାଇ ବସିଛି ଚାଷୀ।
ଜିଲ୍ଲା 6 ର ଖରିଫରେ ମୋଟ ଚାଷ ଜମିର ଶତକଡ଼ା ମାତ୍ର ୨୩ ପ୍ରତିଶତ ଜମିକୁ ଜଳସେଚନ ସୁବିଧା ରହିଥିବାବେଳେ ବଳକା ବର୍ଷାଜଳ ଉପରେ ନିର୍ଭର କରି ଚାଷ କରିଥାନ୍ତି ଚାଷୀ, Iଜିଲ୍ଲାରେ ଥିବା ଗୋଟିଏ ମଧ୍ୟମ ଜଳସେଚନ ଯୋଜନାରେ ୨୦୩ ୩ହେକ୍ଟର, କ୍ଷୁଦ୍ର ଜଳସେଚନ ଯୋଜନାଓ ଚେକ ଡ୍ୟାମ ମାଧ୍ୟମରେ ୧୦,୩୧୪ ହେକ୍ଟର, ଉଠାଜଳସେଚନ ମାଧମରେ ୯୧୨୮, ଜଳ ଅମଳ ପ୍ରକଳ୍ପ ଜରିଆରେ ୩୭୦୧, ଡଗ ୱେଲରେ ୧୯୮୪ବୋରୱେଲ ଓ ଫାର୍ମ ପଣ୍ଡ ଅନ୍ୟାନ୍ୟ ସୁତ୍ରରୁ ୭୬୯୬ ହେକ୍ଟର ଏହିପରି ମୋଟ ୩୪.୮୫୬ ହେକ୍ଟର ଜମିକୁ ଜଳସେଚନ ବ୍ୟବସ୍ଥା ସର କ।ରି ଭାବେ କୁହାଯାଉଥିବାବେଳେ ପ୍ରକୃତରେ ଜଳସେଚିତ ଅଞ୍ଚଳ ଢେର କମ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି ।
ଏପରି ସ୍ଥଳେ ଆଗକୁ ଭଲ ବର୍ଷା ନ ହେଲେ ତଳି ଲଗାଇବା ମୁସ୍କିଲ ହୋଇ ପଡିବ।
ସେହିପରି କୃଷି ବିଭାଗ ପକ୍ଷରୁ ସାର କୀଟନାଶକ ଔଷଧ ମଧ୍ୟ ଠିକ ସମୟରେ ନିଳୁ ନ ଥିବା ଫଳରେ ଚାଷୀ ହନ୍ତସନ୍ତ ହେଉଛନ୍ତି ।
ମୁଖ୍ୟଜିଲା କୃଷି ଅଧିକ ।ରି ଙ୍କ ମନମୁଖ କାରବାର ସାଙ୍ଗଙ୍କୁ ବେ ପରୁଆ ମନଭାବ. ଅନାଗ୍ରହ, ଯୋଗୁ ଜିଲ୍ଲାରେ କୃଷିର ଆଶାନୁରୂପ ବିକାଶ ହୋଇପାରୁନଥିବା ଦେଖିବାକୁ ମିଳିଛି ।
ଏହି ପ୍ରତି ରାଜ୍ୟ ସରକାର , କୃଷି ସଚିବ . କୃଷିମନ୍ତ୍ରୀ ଏଥିପ୍ରତି ଦୃଷ୍ଟିଦେବାକୁ ସାଧାରଣରେ ଦାବୀ ହେଉଛି ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *