#Breaking News

ଟିମ ହ୍ୟୁମାନୀଟି ର ସହାୟତା ରେ ସୁସ୍ଥ ହେଲେ ସୋନାଲି


ଫୁଲବାଣୀ -(ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ନୁଆପଦର ପଞ୍ଚାୟତ ଅନ୍ତର୍ଗତ ବରପଡା ଗ୍ରାମର ସୋନାଲି ସାହାଣୀ ଏବେ ସୁସ୍ଥ। ଟିମ ହ୍ୟୁମାନିଟିର ସହାୟତାରେ ସେ ଏବେନୂଆ ଜୀବନ ଫେରିପାଇଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି । ଦୀର୍ଘ ଦିନ ତଳେ କୈାଣସି କାରଣ ବଶତଃ ଦେହର ଜଙ୍ଘ ଅଂଶ ଗଭୀର ଭାବରେ ପୋଡ଼ି ଯାଇଥିଲା। ଚିକିତ୍ସା ପାଇଁ ପରିବାର ଲୋକେ ପ୍ରଥମେ ଫୁଲବାଣୀ ଏବଂ ପରେ ପରେ ବ୍ରହ୍ମପୁର ଯାଇ ଚିକିତ୍ସା କରାଇଥିଲେ। ଡାକ୍ତର ପ୍ଲାଷ୍ଟିକ ସର୍ଜରୀ ହେବା କଥା କହିବା ପରେ ଅର୍ଥ ଅଭାବ ରୁ ନିରୁପାୟ ହୋଇ ନିଜ ଗ୍ରାମକୁ ଫେରି ଆସିଥିଲେ । କୈଣସି ସୁତ୍ରରୁ ଖବର ପାଇ ତାଙ୍କ ପିତା ଟିମ୍ ହ୍ୟୁମାନିଟି କନ୍ଧମାଳ କୁ ଅସହାୟ ସୋନାଲି ଙ୍କ ବିଷୟରେ ଜଣାଇଥିଲେ।
ଖବର ପାଇ ଟିମ୍ ର ସଦସ୍ୟ ତୁରନ୍ତ ଉକ୍ତ ବ୍ୟକ୍ତି ଙ୍କ ଘରେ ପହଞ୍ଚିଥିଲେ ଏବଂ ସମସ୍ତ ବିଷୟବସ୍ତୁ ପଚାରି ବୁଝି ସୋନାଲି ଙ୍କ ଉପଯୁକ୍ତ ଚିକିତ୍ସା କରାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଟିମ୍ ତରଫରୁ ପ୍ରାଥମିକ ଅବସ୍ଥାରେ କିଛି ଔଷଧ ବ୍ୟବସ୍ଥା କରାଯାଇଥିଲା। ପରେ ପରେ ଟିମ୍ ତରଫରୁ ସମସ୍ତ ସଦସ୍ୟ ସଦସ୍ୟାଙ୍କ ଦ୍ଵାରା ଆର୍ଥିକ ସହାୟତା ପାଇଁ ଏକ Campaign ଆରମ୍ଭ କରାଯାଇଥିଲା। ଜିଲ୍ଲା ପ୍ରଶାସନ ଜିଲ୍ଲାର ଆପଦ କାଳୀନ ଅଫିସର , ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ, କନ୍ଧମାଳ ଜିଲ୍ଲା ଜନସାଧାରଣ ଏବଂ ଜିଲ୍ଲା ତଥା ରାଜ୍ୟ ବାହାରୁ ବହୁତ ଆର୍ଥିକ ସହାୟତା ପହଞ୍ଚିଥିଲା। ଟିମ୍ ର ପ୍ରଚେଷ୍ଟା ଦ୍ଵାରା କିଛିଦିନ ଭିତରେ ହିଁ ସୋନାଲି ସାହାଣୀ ଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏବଂ ଦୁଇ ଦିନ ପରେ ପରବର୍ତ୍ତୀ ଚିକିତ୍ସା ପାଇଁ ଭୁବନେଶ୍ବର ଏମ୍ସ ମେଡିକାଲ ରେ ଭର୍ତ୍ତି କରାଗଲା। ଏହି ଗୁରୁତ୍ଵପୂର୍ଣ୍ଣ ଚିକିତ୍ସା ପାଇଁ ଟିମ୍ ର ସମସ୍ତ ସଦସ୍ୟ ସଦସ୍ୟା ଭି, ଜଗନ୍ନାଥ ରାଜୁ, ହିମାଂଶୁ ନାୟକ, ପ୍ରଶାନ୍ତ ସେନାପତି, ଆଲୋକ କୁମାର ବିଶୋଇ, ପ୍ରଫୁଲ୍ଲ କୁମାର ପୃଷ୍ଟି, ଅନୁପ ବିକ୍ରମ ପାତ୍ର,ସାଇରାମ ପାତ୍ର,ସସ୍ମିତା ସାହୁ, ସାଇ ପ୍ରସାଦ ପାଢ଼ୀ, ପ୍ରମୁଖଆରମ୍ଭ ଦିନ ଠାରୁ ଭୁବନେଶ୍ଵର ନେବା ପର୍ଯ୍ୟନ୍ତ ନିରନ୍ତର ଚେଷ୍ଟା ଜାରି ରଖିଥିଲେ।
ଟିମ୍ ହ୍ୟୁ ମାନିଟି ଉପଦେଷ୍ଟା ରମେଶ ଚନ୍ଦ୍ର ମହାନ୍ତି (ବନ ଭାଇ) ଭୁବନେଶ୍ୱର ର ଏମ୍ସ ହସ୍ପିଟାଲ ବିଶିଷ୍ଟ ଡାକ୍ତରଙ୍କ ସହ ଯୋଗାଯୋଗ କରି କେମିତି ସବୁ ଭଲରେ ଓ ଯଥାଶୀଘ୍ର ଚିକିତ୍ସା ହୋଇ ପ୍ଲାଷ୍ଟିକ ସର୍ଜରୀ ହେଇପାରିବ ସେନେଇ ପୁରା ଦାୟିତ୍ୱ ସହ ସୋନାଲି ଙ୍କ ଚିକିତ୍ସା ସମ୍ପୂର୍ଣ କରାଇଥିଲେ।* ଉଭୟଙ୍କ ଇଛା ଆଉ ନିରନ୍ତର ଆନ୍ତରିକ ଉଦ୍ୟମ ଜାରି ରହିଥିଲା କେମିତି ଏ ଉଦ୍ୟମ ସଫଳ ହେବ। ଚିକିତ୍ସା କରିଥିବା ସେହି ତିନି ଡାକ୍ତର ଯାହାଙ୍କ ପାଇଁ ବୋଲି ଟିମ୍ ହ୍ୟୁମାନିଟି କନ୍ଧମାଳ ର ଏହି ଉଦ୍ୟମ ଫଳରେ ସୋନାଲି ଆଜି ପୂର୍ବପରି ଚାଲିବାକୁ ସକ୍ଷମ ହେଇପାରିଛନ୍ତି। ।

Leave a comment

Your email address will not be published. Required fields are marked *