#Breaking News

ବାଲିଗୁଡା ପୋଲିସ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ


ବାଲିଗୁଡା,୧୪/୦୭.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ୍ ପକ୍ଷରୁ ଅଭିନବ ଉପାୟରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପ୍ରଥମେ ପୋଲିସ୍ କର୍ମଚାରୀ ମାନେ ହାତରେ ସଚେତନତା ପ୍ଲା କାର୍ଡ ଧରି ଥାନା ଠାରୁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଏକ ସଚେତନତା ରାଲି କରିଥିଲେ l ଏହାପରେ ବସଷ୍ଟାଣ୍ଡ ଦେଇ ଯାତାୟତ କରୁଥିବା ଲୋକମାନଙ୍କୁ ବାଲିଗୁଡ଼ା ଏସଡିପିଓ ମନୋଜ ପୂଜାରୀ ସଡ଼କ ସୁରକ୍ଷା ବିଷୟରେ ସଚେତନ କରାଇଥିଲେ । ଏଥିସହିତ ହେଲମେଟ ନ ପିନ୍ଧି ମୋଟରସାଇକେଲ ଚଳାଉଥିବା ଚାଳକଙ୍କୁ ପୋଲିସ୍ ପକ୍ଷରୁ ହେଲମେଟ ପ୍ରଦାନ କରାଯିବା ସହ ଯେଉଁମାନେ ହେଲମେଟ ପିନ୍ଧି ଯାତ୍ରା କରୁଥିଲେ ସେମାନଙ୍କୁ ଚକଲେଟ୍ ଦେଇ ସ୍ବାଗତ କରାଯାଇଥିଲା l । ବାଲିଗୁଡ଼ା ଉପଖଣ୍ଡର ବିଭିନ୍ନ ଥାନା ଅଞ୍ଚଳରେ ଆଗାମୀ ଚାରିଦିନ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ବାଲିଗୁଡ଼ା ଏସଡିପିଓ ଶ୍ରୀ ପୂଜାରୀ କହିଛନ୍ତି । ସେପଟେ ବାଲିଗୁଡ଼ା ପୋଲିସ୍ ର ଏଭଳି କାର୍ଯ୍ୟକ୍ରମକୁ ଅଞ୍ଚଳବାସୀ ବେସ୍ ପ୍ରସଂଶା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବାଲିଗୁଡା ଏସଡିପିଓ ମନୋଜ ପୂଜାରୀ, ଜିଲ୍ଲା ପରିବହନ ଅଧିକାରୀ ଗତିକୃଷ୍ଣ ସାମନ୍ତରାୟ, ଡିଏସପି ସ୍ଵରାଜ ଦେବତା ଓ ଥାନା ଅଧିକାରୀ ବାବା ଶଙ୍କର ସରାଫ ପ୍ରମୁଖ ଉପସ୍ଥିତ ଥିଲେ।

Leave a comment

Your email address will not be published. Required fields are marked *