#Breaking News

ମୁକୁଲିଙ୍ଗିଆ କୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦାବୀ


ଫୁଲ ବାଣୀ-( ସୁନୀଲ ପଟନାୟକ) ଘଞ୍ଚ ଜଙ୍ଗଲ ଓ ପ୍ରାକୃତିକ ମନୋରମ ପରିବେଶ ଆଉ ତା ସାଙ୍ଗକୁ ଧାଡିକି ଧାଡି ପର୍ବତମାଳା ନ ଏତେ ଯେ ମନେଲେ । ଭା ଯେ କେହି ବି ବାନ୍ଧି ହୋଇ ରହିଯିବ କିଛି ମୁହୁର୍ତ୍ତ ପାଇଁ, I
ନିଳ ଆକାଶର ଦୃଶ୍ୟ ମଧ୍ୟ ଅତ୍ୟନ୍ତ ଆକର୍ଷଣୀୟ। ଗତ କିଛିଦିନ ହେଲାଏଭଳି ଏକ ସ୍ଥାନ ର ଆବିଷ୍କାର କରିଛନ୍ତି ସ୍ଥାନୀୟ ଲୋକେ । ଏହା ର ଦୃଶ୍ୟ ଓ ଫଟୋଚିତ୍ର ମୋବାଇଲରୁ ମୋବାଇଲ ଘୁରି ବୁଲିବା ପରେ ସେଠାକୁ ପ୍ରତିଦିନ ଶହ ଶହ ସ୍ଥାନୀୟ ଲୋକଙ୍କ ସୁଅ ଛୁଟିଛି । କିଏ କିଛି ସମୟ ସାଙ୍ଗସାଥି ମେଳରେ ସମୟ ବିତାଉଛି ତ ଆଉ କିଏ ପରିବାର ସହ । ଯୁବକ ଯୁବତୀମାନେ ସେଲଫିନେବା ପାଇଁ ପରସ୍ପର ଭିତରେ ପ୍ରତିଯୋଗିତା କରୁଛନ୍ତି । କନ୍ଧମାଳ ଜିଲା ଜି.ଉଦୟଗିରି ସହରଠାରୁ ମାତ୍ର ୧୦/୧୨ କିମି ଦୁରରେ ଏହି ପାହାଡ଼ ଅବସ୍ଥିତ। । ସେଠାକୁ ଯିବାକୁ ପାଖାପାଖି ପର୍ଯ୍ୟନ୍ତ ରାସ୍ତା ରହିଛି । ଆଉ ମାତ୍ର ୫୦୦ ମିଟର ରାସ୍ତା ଚାଲିବାକୁ ପଡୁଛି ।
ତେବେ ପ୍ରାକୃତିକ ମନୋରମ ପରିବେଶ ରେ ଥିବା ଏହି ସ୍ଥାନକୁ ପର୍ଯଟନ ସ୍ଥଳୀର ମାନ୍ୟତା ଦେଇ ଏହାର ବିକାଶ କରାଗଲେ ଜିଲ୍ଲା, ରାଜ୍ୟ ଓ ରାଜ୍ୟ ବାହାରର ପର୍ଯ୍ୟଟକମାନେ ଏଠାକୁ ଆସନ୍ତେ ଓ ଅଞ୍ଚଳର ବିକାଶସମ୍ଭବ ହୁଅନ୍ତା ବୋଲିବରୀଷ୍ଟ ସାମ୍ବାଦିକ ଶିଶିର ପଟ୍ଟନ।ୟ କ, ସମାଜସେବୀ ମହମଦଜିଆ ଉଦ୍ଦିନ, ରଞ୍ଜୟନା ଏକ, ପ୍ରମୁଖ ମତବ୍ୟକ୍ତ କରିଛନ୍ତି।ସେଠାକୁ ଯିବା ଲାଗି ସ୍ଥାୟୀ ରାସ୍ତା, ପାନୀୟ ଜଳ ବ୍ୟବସ୍ଥା, ବିଦ୍ୟୁତକରଣ,ବସିବା ଲାଗି 6 ବଞ୍ଚ ବ୍ୟବସ୍ଥ। ଓ ରହିବାଲାଗି କଟେଜ ବ୍ୟବସ୍ଥା କରାଗଲେ ଏହା ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବ ବୋଲି ସମାଜସେବୀ ତଥା ଆଇନଜିବୀ ବୁଲିୟନ ନାଏକ କହିଛନ୍ତି ।
ସେହିପରି ଏଠାରୁ ୮ କିମି ଦୁରରେ ଥିବା ରାଜା ଗାଡ଼ା ଜଳ ପ୍ରପାତ ରହିଛି । ଏହାର ମ୍ଧ୍ଯ ଭିଭିଭୂମୀର ବିକାଶ କରା ଗଲେ ରାଜ୍ୟମାନଚିତ୍ରରେ ଜିଉ ଦୟ ରିରି ନାମ ସ୍ଥାନ ପାଇପାରନ୍ତ । ଓଅଞ୍ଚଳର ସାମାଜିକ ଅର୍ଥନୈତିକ ବିକାଶ ସମ୍ଭବ ହୋଇ ପାରିବ ବୋଲି ବୁଲିୟନନ। ଏକ କହିଛନ୍ତି । ଜିଲ୍ଲା ପ୍ରଶାସନ ଓ ରାଜ୍ୟପର୍ଯ୍ୟଟନ ବିଭାଗର ଏହି ପ୍ରତି ଦୃଷ୍ଟି କେବେ ପଡୁଛି ତା ଦେଖିବାର କଥା।

Leave a comment

Your email address will not be published. Required fields are marked *