#Breaking News

୧୫ ଜୁଲାଇ ‘ଓଡିଶା ବନ୍ଦ’ କୁ ବନବାସୀ ସୁରକ୍ଷା ପରିଷଦ ଓ ଚାଷୀ-ମୂଲିଆ ସୁରକ୍ଷା ସମିତି, କନ୍ଧମାଳର ସମର୍ଥନ


ଫୁଲବାଣୀ -(ସୁନୀଲ ପଟନାୟକ ) ଅତ୍ୟାବଶ୍ୟକ ତଥା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଗୁଡିକର ଆକାଶଛୁଆଁ ଦରଦାମ୍ ବୃଦ୍ଧି ପ୍ରତିବାଦରେ ଆସନ୍ତା ୧୫ ଜୁଲାଇରେ ଦିଆଯାଇଥିବା ଓଡିଶା ବନ୍ଦ ଡାକରାକୁ ବନବାସୀ ସୁରକ୍ଷା ପରିଷଦ ଓ ଚାଷୀ-ମୂଲିଆ ସୁରକ୍ଷା ସମିତି, କନ୍ଧମାଳ ପକ୍ଷରୁ ସମର୍ଥନ ଘୋଷଣା କରାଯାଇଛି । ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ, ଖାଇବା ତେଲ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଜିନିଷପତ୍ରର ଦାମ୍ ହୁ ହୁ ହୋଇ ବଢ଼ିବାରେ ଲାଗିଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚରମ ନିଷ୍କ୍ରିୟତା ଅବଲମ୍ବନ କରୁଛନ୍ତି । ସାଧାରଣ ଲୋକଙ୍କୁ ବିଶେଷ କରି କରୋନା କାଳରେ ଗରିବ ଜନସାଧାରଣ ଏହି ଦରଦାମ୍ ବୃଦ୍ଧି ଯୋଗୁଁ ନାହିଁ ନଥିବା ଦୁର୍ଦ୍ଦଶାର ଶୀକାର ହେଉଛନ୍ତି । ସରକାରଙ୍କ ଏପରି ଜନବିରୋଧି ନୀତି ବିରୋଧରେ ବିଭିନ୍ନ ବାମପନ୍ଥୀ ରାଜନୈତିକ ଦଳ ଆସନ୍ତା ୧୫ ଜୁଲାଇରେ(ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା) ଦେଇଥିବା ୬ ଘଣ୍ଟିଆ ଓଡିଶା ବନ୍ଦ ଡାକରାକୁ ସଂଗଠନ ନୀତିଗତ ଦିଗରୁ ସମର୍ଥନ କରିବାକୁ ନିଷ୍ପତ୍ତି କରିଛି । ଏହି ବନ୍ଦ ଡାକରାକୁ ସମର୍ଥନ କରିବାକୁ ସଂଗଠନ ପକ୍ଷରୁ ବଳଭଦ୍ର ମଳିକ, ରବିଚନ୍ଦ୍ର ପ୍ରଧାନ ପ୍ରମୁଖ ନିବେଦନ କରିଛନ୍ତି ।

Leave a comment

Your email address will not be published. Required fields are marked *