#Breaking News

ଫସଲବୀମା ପାଇଁ ରାଇକିଆରେ ସଚେତନତା ରଥର ଶୁଭାରମ୍ଭ


ଫୁଲବାଣୀ- (ସୁନୀଲ ପଟନୀୟକ)
ଫସଲ ବୀମା ସଂପର୍କରେ ଚାଷୀଙ୍କୁ ସଚେତନ କରିବାପାଇଁ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଳକ କାର୍ଯ୍ୟାଳୟ ପରିସରରେ ଗୁରୁବାର ସଚେତନତା ରଥର ଶୁଭାରମ୍ଭ ହୋଇଛି ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଶାନ୍ତ ଶତପଥି ଯୋଗ ଦେଇ ଥିବାବେଳେ ସମ୍ମାନିତ ଅତିଥିଭାବେ ବିଡିଓ ପ୍ରବୀଣ କୁମାରବାଣୁଆ .ତହସିଲଦାର ହରପ୍ରସାଦ ଭୋଇ, ଅତିରିକ୍ତ ଜିଲ୍ଲା କୃଷି
ଅଧିକାରୀ ଅଜୟ କୁମାରପରୀଡ଼ା, ଓ ଏସ ଏସଓପିସିଓର ନିର୍ଦ୍ଦେଶକ ସନ୍ତୋଷ କୁମାର ରଣା ପ୍ରମୁଖ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ସବୁଜ ପତ।କା ଦେଖା ଇ ରଥର ଶୁଦ୍ଭାରମ୍ଭ କରିଥିଲେ।
ଏହି ରଥ ରାଇକିଆ ବ୍ଳକର ସମସ୍ତ ପଞ୍ଚାୟତ ଓ ଗ୍ରାମଗୁଡିକରେ ବୁଲି ଚାଷୀଙ୍କୁ ସଚେତନ କରିବ ।
ଅନ୍ୟମାନଙ୍କ ମଧ୍ୟରେ ରିଲାଏନ୍ସ ଜେନା ରାଲ ଇନସ୍ୟୁରାନସର ଜିଲା ପରିଚାଳକ ପ୍ରମୋଦ ମହାପାତ୍ର, ଜିଲା ସଂଯୋଜକ ସୁଶାନ୍ତ ସେଠୀ,ଚନ୍ଦ୍ରଶେଖରପାଢି, ଅନୀଲ ଦଳବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Leave a comment

Your email address will not be published. Required fields are marked *