#Breaking News

କନ୍ଧମାଳ ଜିଲ୍ଲାର ୨୮୦୦ ପିଭି ଟି ଜି ପରିବାରକୁ ଏକକୋଟି ୪୦ ଲକ୍ଷ 6କା ଭିଡ଼ ସହାୟତା ପ୍ରଦାନ


ଫୁଲବାଣୀ- (ସୁନୀଲ ପଟନାୟକ) ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ୨ ହଜାର ୮୦୦ ପିଭିଟିଜି(ପାର୍ଟିକୁଲାର ଭଲ ନ ରେ ବଲ ଟ୍ରାଇବାଲ ଗୁପ) ପରିବାରଙ୍କୁ ରାଜ୍ୟ ସରକାର ବଦାନ୍ୟତା ଦେଖାଇ କୋଭିଡି ସହାୟତା ରାଶି ବାବଦରେ ୫ ହଜାର ଟ ଙ୍କା ଲେଖାଏଁ ୧କୋଟି ୪୦ ଲକ୍ଷ ଟଙ୍କା ଅନୁଦାନପ୍ରଦାନ କରିଛନ୍ତି ।
ଏନେଇ କେକେଡିଏ ପକ୍ଷରୁ ପିଭିଟିଜି ପରିବାରଙ୍କୁ ଚିହ୍ନଟ କରି ତାଲିକ। ପ୍ରସ୍ତୁତ କରି ସେମାନଙ୍କ ବ୍ୟାଙ୍କ ଏକାଉଣ୍ଟକୁ ଏହି ସହାୟତା ରାଶି ପ୍ରଦାନ କରିଛନ୍ତି । ବର୍ତ୍ତମାନ ସୂଧା ଜିଲ୍ଲାର ଏକ ହଜାରରୁ ଉର୍ଦ୍ଧ୍ଵ ପରିବାରଙ୍କୁ । ସହାୟତା ରାଶି ପ୍ରଦାନ କରାଯାଇଥିବା କଥା ଦାୟୀ ତ୍ଵରେ ଥିବା ସ୍ପେଷ।ଲ ଅଫିସର ରେଣୁ ଧର ନା ଏକ କହିଛନ୍ତି । କରୋନା ମହାମାରୀ ସମୟରେ ସେମାନଙ୍କ ଦୁଃଖ ବୁଝି ସରକାର ଟଙ୍କା ପ୍ରଦାନ କରିଥିବାରୁ ଏବେ ସେମାନେ ବେଶ ଖୁସି ବ୍ୟକ୍ତ କରିବା ସହ ରାଜ୍ୟ ସରକାର.. ଜିଲ୍ଲା ପ୍ରଶାସନ ଓ ସ୍ପୋଷାଲ ଅଫିସରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ଏହି ଅର୍ଥ ସେମାନଙ୍କ ପରିବାର ଚଳାଇବାରେ ସହାୟକ ହେବ ବୋଲି କହିଛନ୍ତି ହିତାଧିକାରି ମାନେ ।
କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ଓ କୋଟଗଡ ବ୍ଳକର ବେଲଘର,ଗୁମ୍ମା , ଲଙ୍କାଗଡ, ଝିରିପାଣି , ଭଣ୍ଡରଙ୍ଗି,ଦୁର୍ଗାପଙ୍ଗା ଆଦି ଅଞ୍ଚଳରେ ପିଭି ଟି ଜି ଗୁପ ବା ଆଦୀମ ଅଧିବାସୀ କୁଟିଆ କନ୍ଧମାନେ ବସବାସ କରୁଛନ୍ତି। ବର୍ତ୍ତମାନ ସେମାନଙ୍କ ସାମାଜିକ ଓ ଅର୍ଥନୈତିକ ତଥା କୃଷି ରବିକାଶପାଇଁ ୭ ବର୍ଷ ଲାଗି ଓ ପେଲି ପି ପ୍ରକଳ୍ପ କାର୍ଯ୍ୟକାରି କରାଯାଉଛି। ଏଥିପୂର୍ବରୁ ୧୯୭୮ରୁ କେନ୍ଦ୍ର ସରକାର ସିଧାସଳଖ କୁଟିଆ କନ୍ଧ ଉନ୍ନୟନ୍ନ ପ୍ରକଳ୍ପ ପାଇଁ ଅର୍ଥ ଅନୁଦାନ ଯୋଗାଇ ଦେଇ ଆସୁଥିଲେ ।

Leave a comment

Your email address will not be published. Required fields are marked *