#Breaking News

ଘରୋଇ ବସଷ୍ଟାଣ୍ଡ କାର୍ଯ୍ୟ କ୍ଷମ ପାଇଁ ପ୍ରୟାସ ଆରମ୍ଭ; ଜିଲ୍ଲାପାଳ ଙ୍କ ଅଚାନକ ପରିଦର୍ଶନ


ବରଗଡ଼,୧୍୬/୭– ବହୁ ବାଦବିବାଦ ହୋଇ ଦୀର୍ଘଦିନ ଧରି ପୈ।ର ପରିଷଦ ଦ୍ବାରା ନିର୍ମିତ ଘରୋଇ ବସଷ୍ଟାଣ୍ଡ ପଡ଼ି ରହିଥିଲା। କିଛି ଦିନ ପୂର୍ବେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଆଜି ନୂତନ ଜିଲ୍ଲାପାଳ ତଥା ପୈ।ର ପ୍ରଶାସିକା ମନୀଷା ବାନାର୍ଜୀ ବନ୍ଦ୍ ହୋଇ ପଡି ରହିଥିବା ଘରୋଇ ବସଷ୍ଟାଣ୍ଡ କୁ ଅଚାନକ ପରିଦର୍ଶନ କରିଥିଲେ। ସେଠାରେ ଅସମ୍ପୂର୍ଣ୍ଣ ହୋଇ ପଡି ରହିଥିବା କାମକୁ ଶିଘ୍ର କରିବାକୁ ପୈ।ର ଅଧିକାରୀ ଓ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏଠାରେ ସୂଚନାଯୋଗ୍ୟ ଯେ, ବସଷ୍ଟାଣ୍ଡ ଯାତ୍ରୀବାହୀ ବସ୍‌ ରହଣୀ ଏବଂ ଯାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ବରଗଡ଼-ଭେଡ଼େନ କେନାଲ ରାସ୍ତା ପାର୍ଶ୍ୱରେ ନୂତନ ଘରୋଇ ବସ୍‌ଷ୍ଟାଣ୍ଡ ନିର୍ମିତ ହୋଇଛି। ଏହା ୨୦୧୮ ନଭେମ୍ବର ୨୫ରେ ଉଦଘାଟିତ ହୋଇଥିଲା। ଇତିମଧ୍ୟରେ ଅଢ଼େଇ ବର୍ଷ ବିତିଯାଇ ଥିଲେ ସୁଦ୍ଧା ଉକ୍ତ ବସଷ୍ଟାଣ୍ଡକୁ ବ୍ୟବହାର ହୋଇପାରିନାହିଁ। ନିର୍ମାଣରେ ତ୍ରୁଟି ରହିଥିବା ଅଭିଯୋଗ କରି ଘରୋଇ ବସ୍‌ ମାଲିକ ସଂଘ ନୂତନ ବସ୍‌ଷ୍ଟାଣ୍ଡକୁ ବିରୋଧ କରି ପୁରୁଣା ବସ୍‌ଷ୍ଟାଣ୍ଡକୁ ବ୍ୟବହାର କରି ଆସୁଛନ୍ତି।


ବରଗଡ଼ ଘରୋଇ ବସ୍‌ଷ୍ଟାଣ୍ଡରୁ ପ୍ରତିଦିନ ପ୍ରାୟ ୩ଶହ ଯାତ୍ରୀବାହୀ ବସ୍‌ ଯାତାୟାତ କରୁଛି। ଏହାକୁ ଦୃଷ୍ଟିରେ ରଖି ପୌର ପ୍ରଶାସନ ପକ୍ଷରୁ ସାଢ଼େ ୫କୋଟି ଟଙ୍କା ବ୍ୟୟ ଅଟକଳରେ ନୂତନ ଘରୋଇ ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ବସ୍‌ଷ୍ଟାଣ୍ଡ ପରିସରରେ ବସ୍‌ ରହଣୀ ହୋଇନାହିଁ। ଅପରପକ୍ଷେ ବସ୍‌ଷ୍ଟାଣ୍ଡରେ ଗୋରୁ, ଛେଳିମେଣ୍ଢା ବୁଲାବୁଲି କରୁଥିବା ଦେଖିବାକୁ ମିଳୁଛି। ଦୀର୍ଘ ଅଢ଼େଇ ବର୍ଷ ଧରି ନୂଆ ଘରୋଇ ବସ୍‌ଷ୍ଟାଣ୍ଡ କାର୍ଯ୍ୟକ୍ଷମ ହୋଇ ନ ପାରିବା ଦୁର୍ଭାଗ୍ୟଜନକ। ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପଟେ ଯାତ୍ରୀଙ୍କ ସୁବିଧା ପାଇଁ ନିର୍ମିତ ନୂଆ ବସ୍‌ଷ୍ଟାଣ୍ଡ ସେଭଳି ପଡ଼ି ରହିଛି ଏବଂ ଅସାମାଜିକ ତତ୍ତ୍ବଙ୍କ ଆଡ୍ଡାସ୍ଥଳ ପାଲଟିଛି। ଏହାକୁ ତୁରନ୍ତ କାର୍ଯ୍ୟକ୍ଷମ କରାଗଲେ ଯାତ୍ରୀମାନେ ଉପକୃତ ହୋଇପାରିବେ।

Leave a comment

Your email address will not be published. Required fields are marked *