#Breaking News

ଆବାସ ଯୋଜନା ପ୍ରହସନ ପାଲଟିଛି ଚିରା ପଲିଥିନ ତଳେ ମୁଣ୍ଡ ଗୁଞ୍ଜିଛନ୍ତି ବୃଦ୍ଧା


ଫୁଲ ବାଣୀ- (ସୁନୀଲ ପଟନାୟକ)
ସରକାର ବା ସହୀନମାନଙ୍କ ପାଇଁ ମାଗଣାରେ ଆବାସ ଯୋଜନାରେ ଘର ଯୋଗାଇ ଦେଉଥିବା କହୁଛନ୍ତି । ହେଲେ ଏ ସବୁ ଯୋଜନା ସତେ ଯେପରି ପ୍ରହସନ ପାଲଟିଛି କହିଲେ ଭୂଲ ହେବନି।ଆବାସ ଯୋଜନାରେ
ଘର ଖଣ୍ଡିଏ ପାଇଁ ବାରମ୍ଵାର ସରପଞ୍ଚଙ୍କଠୁ ଆରମ୍ଭ କରି ବ୍ଳକର ସରକାରୀ ବାବୁ ମାନଙ୍କୁ ଗୁହାରି କରି ଶେଷରେ ନିରାଶ ହେବାପରେ ଭାଗ୍ୟକୁ ଆଦରୀଭଙ୍ଗା ଘରେ ଚିରା ପଲିଥିନ ତଳେପଡି ରହିଛନ୍ତି୬୦ବର୍ଷିୟା ବିଧବାବୁଦ୍ଧା ଶୁଭାସିନୀ ବାରିକ୍।ସ୍ଵାମୀ କିଛି ବର୍ଷ ହେଲା ଆରପାରିକୁ ଚାଲି ଗଲେଣି। ପରିବାର କହିଲେ ସେ ଜଣେ ।
ଏପଟେ ମୁଣ୍ଡ ଗୁଞ୍ଜିବାଲାଗି ଶୁଦ୍ଭା ସିନି ରହୁଥିବା ଘର କହିଲେ ଭଙ୍ଗା ଦଦରା ଝାଟିମାଟି କାନ୍ଥ ଉପରେ ପଲିଥିନ ଖଣ୍ଡେପଡିଛି । କାନ୍ଥର ମାଟି ଅନେକ ସ୍ଥାନରେ ଭୂଷୁଡ଼ିଗଲାଣି। କେବଳ ଠାଏ ଠାଏଝାଟି ରହିଛି । କେଉଁ ମୁହୂର୍ତ୍ତରେ ଘର ଭୁଷୁଡି ପଡିବ କହି ହେବନି । ଆଗକୁ ପୁଣି ବର୍ଷ।।
ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଖଜୁରୀପଡ଼ା ବ୍ଲକ ଅରା ପାଜୁପଞ୍ଚାୟତର ଚ।ରିପଡ଼ା ଗ୍ରାମ 6ର।ଥିଲା ବାଲା କୁ ଘର ମିଳୁଥିବା ବେଳେ ନଥିବା ବାଲା କୁ ନାହିଁ।
ଏଠି ପ୍ରକୃତ ହିତାଧିକାରି ସୁଫଳ ପାଇବାରୁ ବଞ୍ଚିତ ହେଉଛନ୍ତି । ପ୍ରକୃତ ହିତାଧିକାରୀ ଚୟନରେ ବାରମ୍ଵାର ଭୂଲ କରୁଛି ପ୍ରଶାସନ ।
ତେବେ କାହାର ବି କଚା ଘର ରହିବନି,
ସମସ୍ତଙ୍କୁ ବାସଗୃହ ଯୋଗ ।ଇ ଦେବେ ବୋଲି ସରକାର ଡ଼ଣ୍ଡିମ ପିଟୁଥିବାବେଳେ ବୃଦ୍ଧା ଶୁଭାସିନୀଙ୍କ ପାଇଁ ଏହ।ସାତସପନ ପାଲଟିଛି। ବୁଦ୍ଧା ଅବସ୍ଥାରେ ଏକାକୀ ଜୀବନ ଜିଉଁଉଥିବା ଶୁଭାସିନୀଙ୍କୁ ପ୍ରଶାସନ ଘର ଖଣ୍ଡିଏ ଯୋଗାଇଦେଲେ ଶୁଭାସିନୀଙ୍କବାକି ଜୀବନ ଭଲରେ କଟନ୍ତା ବୋଲି ଗ୍ରାମବାସୀ କହିଛନ୍ତି ।
ତେବେ,ସୁଭାସିନୀଙ୍କ ଉପରେ ପ୍ରଶାସନର କେବେ ଦୃଷ୍ଟି ପଡୁଛି ଆଉ ତାଙ୍କୁ ଆବାସଯୋଜନାରେ କେବେ ମାଗଣା ଘର ଖଣ୍ଡିଏ ମିଳୁଛି ତାହା ଦେଖିବାର କଥା ।

Leave a comment

Your email address will not be published. Required fields are marked *