#Breaking News

ସୋହେଲା ପୋଲିସ ଦ୍ବାରା ଦୁଇ କ୍ଵିଣ୍ଟାଲ ୩୩ କେଜି ଗଞ୍ଜେଇ ଜବତ;୪ ଗିରଫ


ବରଗଡ଼: ଦୁଇଟି ଇନୋଭା କାରରେ ଗଞେଇ ଚୋରା ଚାଲାଣ ଅଭିଯୋଗରେ ୪ ଜଣକୁ ସୋହେଲା ପୋଲିସ ଗିରଫ କରିଛି। ତାଙ୍କ ଠାରୁ ଚୋରା ଚାଲାଣ କରୁଥିବା ୨ କ୍ଵିଣ୍ଟାଲ ୩୩ କିଲୋଗ୍ରାମ ଗଞ୍ଜେଇ ଜବତ କରିଥିବା ଆଜି ଜିଲ୍ଲା ଏସପି ରାହୁଲ ଜୈନ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଥିଲେ। ପ୍ରେସ୍ ଲେଖା ଥିବା ଉକ୍ତ ଇନୋଭା କାରରେ ଗଞେଇ ଚୋରା ଚାଲାଣ ହେଉଥିବା ସୋହେଲା ପୋଲିସ କୁ ସୂଚନା ମିଳିବା ପରେ ଚାଲାଣ କାରୀଙ୍କୁ ଧରିଥିଲେ। ତାଙ୍କ ଠାରୁ କାର,ନଗଦ ଟଙ୍କା ଓ ୬ଟି ମୋବାଇଲ ଫୋନ, ଏଟିଏମ୍ କାର୍ଡ ଜବତ କରିଥିବା ସୂଚନା ଦେଇଥିଲେ। ପଦ୍ମପୁର ଏସଡିପିଓ, ସୋହେଲା ଥାନା ଆଇଆଇସି ପ୍ରମୁଖ ଉପସ୍ଥିତ ଥିଲେ।

Leave a comment

Your email address will not be published. Required fields are marked *