#Breaking News

ରାଇକିଆ ଶୁଗଡ଼ବାଡି ପଞ୍ଚାୟତରେ ମନରେଗା କାର୍ଯ୍ୟ ଓ ଜବକାର୍ଡରେ ଜାଲି ଆତି ଅଭିଯୋଗ, ତଦନ୍ତ ଦାବୀ


ଫୁଲ ବାଣୀ- (ସୁନୀଲ ପଟନାୟକ)
ବିଶେଷ କରି କାମଧ ନ୍ଦା ପାଉ ନ ଥିବା ଗ୍ରାମାଞ୍ଚଳର ଗରୀବ ଶ୍ରମିକମାନଙ୍କୁ ଚିହ୍ନଟ କରି ଜବକାର୍ଡ ପ୍ରଦାନ କରିବା ସହ ଅନ୍ତତଃ ବର୍ଷକୁ ଶହେ ଦିନର ମଜୁରୀ ଯୋଗାଇଦେବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ନିର୍ଦ୍ଦେଶ ରହିଥିଲେ ମଧ୍ୟ ଜିଲ୍ଲାର କେତେକ ବ୍ଳକରେ ଏହି ନିୟମକୁ ଫୁ କରି କାମ ନ କରିଥିବା ଅବା ମୃତ୍ୟୁବରଣ କରିଥିବା ଜବକାର୍ଡ଼ ହିତାଧିକାରିଙ୍କ ନାମରେ ମଜୁରୀ ଟଙ୍କା ପଇଠକରିହଡପକରାଯାଉଥିବା ଅଭିଯୋଗ ହେଉଛି । ସେହିପରି ଜଣେ ଜଣେ ହିତାଧିକାରୀଙ୍କ ନାମରେ ଏକାଧିକ ଜବକାର୍ଡ ଥିବା ଅଭିଯୋଗ ହେଉଛି। ଏ ସବୁ ଜାଲିଆତି କୁ ଆଡେ ପଞ୍ଚାୟତର ଜିଆର ଏସ ଓ ପଞ୍ଚାୟତକାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଜ୍ଞାତସାରରେ ହେଉଥିବା ଶୁଣିବାକୁ ମିଳୁଛି ।
ଏଭଳି ଅଭିଯୋଗ ଆସିଛି ରାଇକିଆ ବ୍ଳକ ଶୁଗଡ଼ବାଡି ଓ ଗୁମା ମାହା ପଞ୍ଚାୟତ ଅଞ୍ଚଳରୁ ।
ସୂଚନା ଯୋଗ୍ୟ ଯେ ଗୁମା ମହା ପଞ୍ଚାୟତର କିଲା ମହା ଗ୍ରାମର ରମାକାନ୍ତ ପରୀଚ୍ଛାପିତା ମିଖାଇଲ ପରିଛା ଙ୍କ ନାମରେ ଜବକାର୍ଡ ନମ୍ବର ୯୪୭୩-A ଥିବା ବେଳେ ରମାକାନ୍ତ ପରୀଛା ପିତା-ମିଖାଇଲ ପରୀଛା ଗ୍ରାମ ଡ଼ବାରୀ ଜବକାର୍ଡ଼ ନମ୍ବର-୧୫୮୮୩ରେ ଆଉ ଗୋଟିଏ ଜବକାର୍ଡ ଥିବା ଅଭିଯୋଗ ହୋଇଛି । ସେହିପରି ରମାକାନ୍ତ ପରୀଚ୍ଛା ଗ୍ରାମ ସୁଗଡ଼ ବା ଡି ଜବକାର୍ଡ ନମ୍ବର ୧୨୫୮୯୪୩ରେ ଆଉ ଏକ ଜବକାର୍ଡ ରହିଥିବା କୁହାଯାଉଛି। କେବଳ ସେତିକି ନୁହେଁ ଶଗଡ଼ ବା ଡି ର ଜିଆର ଏସଙ୍କ ମା ଆଗାତ।ପରୀଛା ସ୍ୱାମୀ ସୁଦୟ ଙ୍କ ନାମରେ ଗୁମା ମାହ।ପଞ୍ଚାୟତରେ ଜବକାର୍ଡ ରହିଛି । ଯାହାର ନମ୍ବର ୮୬୧୨-ସି। ସେହିପରି ଶୁଗଡବାଡି ପଞ୍ଚାୟତରେ ମଧ୍ଯ ଆଗାତା ପରୀଚ୍ଛା ସ୍ଵାମୀ ସୁଦୟ,ନାମରେ ଜବକାର୍ଡ ନମ୍ବର ୧୨୫୮୯୪୩ ରହିଥିବା କୁହାଯାଉଛି । ଆଗାତାଙ୍କ ସ୍ଵାମୀ ଜଣେ ଶିକ୍ଷକ ଥିଲେ ଓ ତାଙ୍କ ମୃତ୍ୟୁପରେ ଆଗା ତା ଙ୍କୁ କୁଆଡ଼େ ପେନସେନ ବି ମିଳୁଛି ।
ଏପରି ସ୍ଥଳେ ସେ କାମ କରୁ ନ ଥିବାବେଳେ ତାଙ୍କ ଜବକାର୍ଡରେ ଜାଲିଆତି କରି କାମ କରୁଥିବା ଦର୍ଶାଯାଇ ଟଙ୍କା ଭର୍ତ୍ତୀ ହୋଇଥିବା କୁହାଯାଉଛି। ଆଗାତ। କୁ ଆଡ଼େ ଜିଆ ର ଏସ ଙ୍କ ମା ବୋଲି ଶୁଣିବାକୁ ମିଳୁଥିବା ବେଳେ ରମାକାନ୍ତ ତାଙ୍କର ସଂପର୍କୀୟ ବୋଲି ମଧ୍ୟ କୁହାଯାଉଛି । ହେଲେ କେତେବର୍ଷ ହେଲାଣି ଏଭଳି ଚାଲିଛି ଓ କେତେ ଟଙ୍କା ଭର୍ତ୍ତୀ କରାଯାଇଛି ତ।ର ତଦନ୍ତ କରି ଟଙ୍କା ଫେରସ୍ତ ପାଇଁ ନିର୍ଦ୍ଦେଶ ଦେବା ସହ ଏଥିରେ ସଂପୃକ୍ତ ଥିବା କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନଗ୍ରହଣ କରିବା ସହ ଚାକିରିରୁ ବହିଷ୍କୃତ କରିବାପାଇଁ ଦାବୀ ହେଉଛି ।


ସେହିପରି ଏ ସବୁ ପଞ୍ଚାୟତରେ ମନରେଗାକାମରେ ଜବକାର୍ଡ଼ ଧାରିଙ୍କୁ କାମରେ ଲଗାଇ ଜେସିବି ମେସିନ ଦ୍ଵାରା କାର୍ଯ୍ୟ କରାଯାଉଥିବା ମଧ୍ୟ ଦୃଢ ଅଭିଯୋଗ ହେଉଛି। । ଏନେଇ ଆମେ ସମ୍ପୂକ୍ତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓରାଇକିଆ ବିଡିଓ ଙ୍କୁ ଯୋଗା ଯୋଗ କରିଥିଲେ ମ ଧ୍ଯ ସମ୍ଭବ ହୋଇ ନ ଥିଲା।

.

Leave a comment

Your email address will not be published. Required fields are marked *