#Breaking News

ଜନବିକାଶ ତରଫରୁ କୁଇ ଭାଷାରେ କରୋନା ସଚେତନତା ସହ ବିଭିନ୍ନ ସାମଗ୍ରୀ ବଣ୍ଟନ


ବାଲିଗୁଡା,୨୦/୦୭.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଜନବିକାଶ ତରଫରୁ କନ୍ଧମାଳ ଜିଲାର ବିଭିନ୍ନ ବ୍ଲକରେ ରହିଥିବା ଆଭ୍ୟନ୍ତରୀଣ ଅଞ୍ଚଳରେ ପହଞ୍ଚି ଆଞ୍ଚଳିକ ଭାଷାରେ କରୋନା ସଚେତନତା କରିବା ସହିତ ମାକ୍ସ ଓ ସାବୁନ ପ୍ରଦାନ କରି ଥିବା ଜଣାପଡିଛି। ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଅଞ୍ଚଳର କୁମ୍ଭାରୀଗାଁ ଗ୍ରାମ ପଞ୍ଚାୟତ ଅଧିନସ୍ତ ସାରାଗୁଡି, ଗବେରକୁଟି, ପାଡିକିଆ, ରାଜନଗଡ଼, ମୁଣ୍ଡାପଦର ସମେତ କନ୍ଧମାଳ-ଗଜପତି ଜିଲ୍ଲା ସୀମାନ୍ତ ବର୍ତ୍ତି ମୋହନା ବ୍ଲକ ଅଧିନସ୍ତ ପାଣିଗଣ୍ଡା ଓ କଟାମା ଗ୍ରାମ ପଞ୍ଚାୟତର ଉପାନ୍ତ ଗାଁଗୁଡିକରେ ମଧ୍ୟ ପହଞ୍ଚି ସଚେତନ କରୁଥିବା ଦେଖିବାକୁ ମିଳିଛି l ଅନୁଷ୍ଠାନର ପ୍ରକଳ୍ପ ନିର୍ଦେଶକ ମଦନ ସୁଆଲସିଂଙ୍କ ନେତୃତ୍ୱ ରେ ଆୟୋଜିତ ଏହିକାର୍ଯ୍ୟକ୍ରମରେ ଅକ୍ଷୟ କୁମାର ସିଂ, ସଚ୍ଚିଦାନନ୍ଦ ମାଝୀ, ରସେନ୍ତ ପାଲଟାସିଂ ଓ ଜସୋୟ ଦଳବେହେରା ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ l

Leave a comment

Your email address will not be published. Required fields are marked *