#Breaking News

ପିଏଜି ର ପ୍ରତିଷ୍ଠାତା ସଭ୍ୟ ପାଉଲ ପ୍ରଧାନଙ୍କୁ ଶ୍ରଦ୍ଧାଞଳୀ


ଫୁଲବାଣୀ -(ସୁନୀଲ ପଟନାୟକ )
ଫୁଲବାଣୀ ସ୍ୱଛାସେବୀ ମହାସଂଘ ପିଏଜିର ପ୍ରତିଷ୍ଠାତା ସଭ୍ୟ ସ୍ୱର୍ଗତ ପାଉଲ ପ୍ରଧାନଙ୍କର ଜୁଲାଇ ୧୦ତାରିଖରେ ଦେହାନ୍ତ ହୋଇଥିବାରୁ ପାବୁରିଆ ସ୍ଥିତ ନୀପୀ ଡିତ କାର୍ଯାଳୟ ଠାରେ ଅମର ଆତ୍ମାର ସଦଗତି ପାଇଁ ଏକ ଶ୍ରଦ୍ଧାଞଳୀ ସଭା ଅନୁଷ୍ଠିତ ହୋଇଥିଲା ।ଆବାହକ ଅଶୋକ ପରିଡା ସଭ୍ୟମାନଙ୍କୁ ସ୍ୱାଗତ ଜଣାଇ ପ୍ରଥମେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିବା ସହ ଫଟୋ ଚିତ୍ରରେ ସମସ୍ତେ ପୁଷ୍ପାଞ୍ଜଳି ଦେଇଥିଲେ।ସେ ଜଣେସଚୋଟ ତଥା ନିଷ୍ଠାପର ସମାଜସେବୀ ଥିଲେ।ଏଥି ସହ ସେ ଆଇନଜୀବୀ ଥାଇ ରାଜନୀତି ମଧ୍ୟ କରୁଥିଲେ।ପିଏଜି ପାଇଁ ପ୍ରଶାସନ ନିକଟରେ ଦୃଢତା ର ସହ ଦାବି ଉପସ୍ଥାପନ କରୁଥିଲେ, କୌଣସି ପରିସ୍ଥିତି ରେ ସାଲିସ କରୁ ନ ଥିଲେ।ଗତ ଜୁନ ୧୭ରାତିରେ ବ୍ରେନ ଷ୍ଟ୍ରୋକରେ ସେ କୋମାକୁ ଚାଲିଯାଇଥିଲେ। ପ୍ରଥମେ ଏଏମ ଏସ ଓ ପରେ ସନସାଇନ ହସପିଟାଲରେ ଚିକିତ୍ସିତ ଅବସ୍ଥାରେ ମୃତ୍ଯୁ ବରଣ କରିଥିଲେ ।ଜିଲା ଏକ ସୁଯୋଗ୍ୟ ସନ୍ତାନକୁ ହରାଇଲା।କନ୍ଧମାଳ ବିକାଶ ପାଇଁ ସର୍ବଦା ଚିନ୍ତା କରୁଥିଲେ।ପିଏଜି ର ସଭ୍ୟ ରାମଚନ୍ଦ୍ର ଦାସ,ଉତ୍ସବ ଜେନା,ଜିଆଉଦ୍ଦୀନ ଅହମଦ,ପ୍ରଦୀପ ଦାସ,ରବୀନ୍ଦ୍ର ପଣ୍ଡା, ଭଗବାନ ଜେନା,ଶଶାଙ୍କ ଶେଖର ସାହୁ,କେଶମତି ପ୍ରଧାନ, ମୋହିତ ନାୟକ,ମଦନ ସୁଆଲ ସିଂ,କୈଳାସ ଦଣ୍ଡପାଟ,ପଞ୍ଚାନନ ମିଶ୍ର,ହରି ଶଙ୍କର ରାଉତ,କଣ୍ଠେଶ୍ୱର କହଁର, ସୁକାନ୍ତ ନାୟକ, ବିଜୟ ପରିଛା,ଚନ୍ଦ୍ର କାନ୍ତ ନାୟକ,ଅମିତ ନାୟକ,ସୁବଳ ରଣା,ପ୍ରଭାକର ପ୍ରଧାନ,ଗିରିଶ ସାମଲ ପ୍ରମୁଖ ୪୦ରୁ ଅଧିକସ୍ଵେଛା ସେବୀ ଅନୁଷ୍ଠାନ ର କର୍ମକର୍ତ୍ତା ମାନେ ଯୋଗଦେଇ ସ୍ୱର୍ଗତ ପାଉଲ ଭାଇଙ୍କ ୩୫ବର୍ଷ ସାମାଜିକ ଜୀବନର ସ୍ମୃତି ଚାରଣ କରି ବା ସହ ଗଭୀର ଶ୍ରଦ୍ଧାଞଳୀ ଅର୍ପଣ କରିବା ସହ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଥିଲେ l

Leave a comment

Your email address will not be published. Required fields are marked *