#Breaking News

ମାନସୀ କରୋଗୀ ଜାନକୀର ଚିକିତ୍ସା ପାଇଁ ଅର୍ଥ ସା ଜିଛି ବାଧକ : ଗୋଡ ବାନ୍ଧି ରଖିଛନ୍ତି ପରିବାର ଲୋକେ


ଫୁଲବାଣୀ- (ସୁନୀଲ ପଟନାୟକ)
.ସବୁ କିଛି ଠିକ ଠାକ ଥିଲା। ଘରକାମ ଆଉ ରନ୍ଧାବଢ଼ା ବି ଠିକ ଭାବେ କରୁଥିଲା। ବହୁତ ସୁଆଦିଆ ଥିଲା ତା ରନ୍ଧା l
ହେଲେ କଣ ହେଲା କେଜାଣି ମୁଣ୍ଡ ଆଉ ଠିକ ଭାବେ କାମ କଲାନି। ଘରୁ ବାହାରକୁ ଗଲେ ଦିନ ଦିନ ଧରି ଘରକୁ ଆଉ ଫେରିଲାନି। ଫଳରେ ପରିବାର ଲୋକ ଚିନ୍ତାରେ ପଡିଗଲେ । କଣ କରିବେ? କଣ ନାହିଁ ଭାବି ଏବେ ଗୋଡ଼ ବାନ୍ଧି ଘରେ ନିଜର ବନ୍ଦି କରି ରଖିଛନ୍ତି ଝିଅକୁ । ଖୋଲିଦେଲେ ବାହାରକୁ କୁଆ ଡେ ମନଇଚ୍ଛା ଚାଲିଯାଉଛି । ଖୋଜି ଆଣିବା ମୁସ୍କିଲ ହୋଇଯାଉଛି । ଏପଟେ ତାକୁ ଡାକ୍ତରଖାନା ନେଇ ଚିକିତ୍ସା କରିବାକୁ ବାପା ମୃଗୁଙ୍କ ପାଖରେ ଅର୍ଥ ବିନାହିଁ।
ଫଳରେ ପରୀବାର ରେ ସତେ ଯେପରି ଦୁଃଖର ପାହାଡ ମାଡି ଆସିଛି । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଆରାବକ ।
ପଞ୍ଚାୟତର କାମେରିକିଆ ଗ୍ରାମର ମୁଗୁ ମଲିକଙ୍କ ୨୭ବର୍ଷ ର ଝିଅ ଜାନକୀଙ୍କ କ୍ଷେତ୍ରରେ । ମୁଗୁଙ୍କର ୩ ଝିଅ ଓ ଗୋଟିଏ ପୁଅ ମଧ୍ୟରୁ ବଡ଼ ଝିଅ ଜାନକୀ ।
ହେଲେ ଗତ ୧୫ ଦିନ ହେଲା ଜୀନକୀ ଙ୍କ ମାନସୀକ ସ୍ଥିତିରେ ପରିବର୍ତ୍ତନ ଦେଖା ଦେଇଛି । ସେ ଏବେ ଜାନକୀ କିଛି କାମ କରୁନାହ।ନ୍ତି କି ଭଲରେ ଖାଉ ନାହାନ୍ତି ବି । କାହାକୁ ନ କହି କୁ ଆଡେ ଚାଲିଯିବା ଭୟ ଯୋଗୁ ପରିବାର ଲୋକେ ଗୋଡ ବାନ୍ଧି ର ଖିଥିବା ଦେଖିବାକୁ ମିଳିଛି ।
ଏଣୁ ପ୍ରଶାସନ, କିମ୍ବା କୌଣସି ସ୍ଵେଛା ସେବୀଅନୁଷ୍ଠାନ , ଜାନକୀ କୁ ଉଦ୍ଧାର କରି ଚିକିତ୍ସା ବ୍ୟବସ୍ଥା କଲେ ହୁଏ ତ ଜାନକୀ ସୁସ୍ଥ ହୋଇପାରନ୍ତେ ଆଉ ପୁର୍ବ ପରି ସ୍ଵାଭାବିକ ଜୀବନଯାପନ କରନ୍ତେ ବୋଲି ପରିବାର ଲୋକ ଆଶାବ୍ୟକ୍ତ କରିଛନ୍ତି ।

Leave a comment

Your email address will not be published. Required fields are marked *