#Breaking News

ଶ୍ରୀ ଜଗନ୍ନାଥ ମନ୍ଦିରର ନୂତନ ମାର୍କେଟ କମ୍ପ୍ଲେକ୍ସ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଟାଉନର ବସଷ୍ଟାଣ୍ଡ ନିକଟ ଆଦର୍ଶ ପୁଷ୍କରିଣୀ ଠାରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରର ଜାଗା ଉପରେ ଏକ ନୂତନ ବଜାର ଗୃହ ନିର୍ମାଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ବାଲିଗୁଡ଼ା ଉପଜିଲ୍ଲାପାଳ ଡଃ.ଶୁଭଙ୍କର ମହାପାତ୍ର ଯୋଗଦେଇ ଆନୁଷ୍ଠାନିକ ଭାବେ ପୂଜାର୍ଚନା କରାଯାଇ ଶୁଭାରମ୍ଭ କରାଯାଇଥିଲା l ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବାଲିଗୁଡ଼ା ଏନଏସି ର ପୂର୍ବତନ ଅଧ୍ୟକ୍ଷ ଲୋକ ନାଥ ପାଢ଼ୀ,ବାଲିଗୁଡ଼ା ବ୍ଲକ୍ ସାଂସଦ ପ୍ରତିନିଧି ତଥା ବ୍ଲକ୍ ବିଜେଡି ସଭାପତି ଟୁନା ଦାସ, ମନ୍ଦିର ପରିଚାଳନା କମିଟିର ମଧୁ ସୂଦନ ଦାଶ ଙ୍କ ସମେତ ସମସ୍ତ ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ ।

Leave a comment

Your email address will not be published. Required fields are marked *