#Breaking News

ଫୁଲବାଣୀଜଙ୍ଗଲ ବିଭାଗ ବୃକ୍ଷରୋପଣ କାର୍ଯ୍ୟ ବୁଲି ଦେଖିଲେ ଆରସିସିଏଫ


ଫୁଲ ବାଣୀ- (ସୁନୀଲ ପଟନାୟକ) ବନ ବିଭାଗ ଦ୍ଵାରା କରାଯାଉଥିବା ବୃକ୍ଷ ରୋପଣ, ଜଙ୍ଗଲ ସୁରକ୍ଷା, ଆଦି ବିଭିନ୍ନ କାର୍ଯ୍ୟକ୍ରମ ମାନ
ବୌଦ୍ଧ ଓ ଫୁଲ ବାଣୀ ଜଙ୍ଗଲ ବିଭାଗ ଡିଭିଜନ ରେ କିଭଳି କରାଯାଇଛି ସେ ସଂପର୍କରେ ଅନୁଧ୍ୟାନ କରିବା ସହ କାର୍ଯ୍ୟକମର ସମୀକ୍ଷା କରିବା ଲାଗି ବ୍ରହ୍ମପୁର ସ୍ଥିତ ରେ ଜିଓନାଲ ଚିଫ କନଜରଭେଟର ଅଫ ଫରେଷ୍ଟ (ଆରସିସିଏଫ) ପ୍ରଶାନ୍ତ କୁମାର ମିଶ୍ର (ଆଇଏଫଏସ)୪ ଦିନିଆ ଗସ୍ତରେ ଆସି ମଙ୍ଗଳବାର ବୌଦ୍ଧ ଗ୍ରସ୍ତ କରି ମାଧପୁର ଓ ପୁରୁଣକଟକ. ବନବିଭାଗ ରେ ଜଂ ଅଧିନକେତେକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଦେଖି ଥିଲେ । ସେହିପରି ଗୁରୁବାର ଚାରି ଛକ ଠାରେ ଥିବା କାଠ ଡିପୋ ଦେଖିବା ସହ ଡ଼ିଏମଙ୍କ ସହ ଆଲୋଚନା କରିବା ସହ କେନ୍ଦୁପତ୍ର ବିକ୍ରି ନେଇ ମଧ୍ୟ ଆଲୋଚନା କରିଥିଲେ
ଗୁରୁବାର ଚାରି ଛକରୁ ଫୁଲ ବାଣୀ ଫେରିବା ବାଟରେ ସୁଡ୍ରୁ ଗୁମ୍ଫା ଓ ଫୁଲବାଣୀ ରେ ଜଂ ଅଧୀନରେ ଚାଲିଥିବା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ବୁଲି ଦେଖିବା ସହ ବନ ସୁରକ୍ଷା ସମିତି ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ। ଶୁକ୍ରବାର ଫିରିଙ୍ଗିଆ, ଟିକା ବାଲି, ଜିଉଦୟଗିରି ରେ ଜଂଅଧିନରେ କରାଯାଇଥିବା ନର୍ସରୀ ଓ ବୃକ୍ଷରୋପଣ ଓ ଜଙ୍ଗଲ ସୁରକ୍ଷା କାର୍ଯ୍ୟକ୍ରମ ଆଦି ବୁଲିଦେଖି ସନ୍ତେ।ଷ ପ୍ରକାଶ କରିଥିଲେ ଆରସିସିଏଫ ମିଶ୍ର।
ଆରସିସିଏଫଙ୍କ ଗସ୍ତ ସମୟରେ ଫୁଲବାଣୀ ଡିଏଫଓ ଲକ୍ଷ୍ମୀନୀରାୟଣ ବେହେରା (ଆଇଏଫଏସ) ଏସିଏଫ. ଫୁଲ ବାଣୀରେ ଜଂ ଅଫିସର ସଚ୍ଚିଦାନନ୍ଦ ସେଠି, ସୁଡୁରୁଗୁମ୍ପା
ରେ ଜଂର ଶିଶିର କୁମାର ଝାଙ୍କର, ଫିରିଙ୍ଗିଆରେ ଜଂର ବିଜୟ ମଲିକପ୍ରମୁଖ ଉପସ୍ଥିତ ଥିଲେ ।ଜଙ୍ଗଲ ସୁରକ୍ଷା, ଓ ବୃକ୍ଷ ରୋପଣ ଉପରେ ଗୁରୁତ୍ଵ ଦେଇ ନିଷ୍ଠା ଓ ଆନ୍ତରୀକତାର ସହ କାର୍ଯ୍ୟ କରିବାଲାଗି ଆରସିସିଏଫ ବ୍ରହ୍ମପୁର ପ୍ରଶାନ୍ତ କୁମାର ମିଶ୍ର ପରାମର୍ଶ ଦେଇଥଲେ ।

Leave a comment

Your email address will not be published. Required fields are marked *