#Breaking News

ମୁଖ୍ୟ ମନ୍ତ୍ରୀ ଙ୍କ ମୁଖ୍ୟ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଙ୍କ କନ୍ଧମାଳ ଗସ୍ତ


ଫୁଲବାଣୀ -(ସୁନୀଲ ପଟନାୟକ )ଘଂଚ ଜଙ୍ଗଲ ଓ
ପ୍ରାକୃତିକ ପରିବେଶ କନ୍ଧମାଳ ଜିଲା ରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି ଯାହାକି ପର୍ଯ୍ୟଟକ ମାନଙ୍କୁ ବେଶ ଆକୃଷ୍ଟ କରୁଛି ଏଣୁ ଜ଼ିଲା ରେ ଅଧିକ ରୁ ଅଧିକ ଇକୋ ରିଟ୍ରିଟ ଖୋଲିଲେ ଅଧିକ ପର୍ଯ୍ୟଟକ ଆସିବେ ଓ ଜ଼ିଲା ରସାମାଜିକ ଓ ଅର୍ଥନୈତିକ ଉନତି ହୋଇପାରିବ ବୋଲି କନ୍ଧମାଳ ଗସ୍ତ ରେ ଆସି ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ଙ୍କ ମୁଖ୍ୟ ପରାମର୍ଶ ଦାତା ଅସିତ ତ୍ରିପାଠୀ ମତ ବ୍ୟକ୍ତ କରିଛନ୍ତି l ଶ୍ରୀ ତ୍ରିପାଠୀ ଜ଼ିଲା ର କେତକ ପର୍ଯ୍ୟଟନ ସ୍ଥଳି ବୁଲିଥିଲେ l
ଅନ୍ୟମାନଂକ ମଧ୍ୟରେ ଜ଼ିଲ୍ଲାପାଳ ଡ. ଵୃନ୍ଦା ଡ଼ି. ଏସ ପି. ବିନୀତ ଅଗ୍ରୱାଲ. ଅତିରିକ୍ତ ଜ଼ିଲ୍ଲାପାଳ ବସନ୍ତ ସାହୁ, ଜ଼ିଲା ପର୍ଯ୍ୟଟନ ଅଧିକାରୀ ଅଞ୍ଜନ କୁମାର ବାରିକ ଓ ଅନ୍ୟ ଅଧିକାରୀ ମାନେ ଆଲୋଚନା ବେଳେ ଉପସ୍ଥିତ ଥିଲେ l

Leave a comment

Your email address will not be published. Required fields are marked *