#Breaking News

ବାଙ୍କି ଖାଲ ଖମା ରାସ୍ତାରେ ହାଉଲେ ହାଉଲେ ଚାଲ,ରାସ୍ତାସାର ଖାଲ

ବାଙ୍କି(ଉଲାପ୍ର)ବାଙ୍କି ବଜାର ଠାରୁ ରଜୀବ ପର୍ଯ୍ୟନ୍ତ ଏହି 14 କିମି ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ।ସାଧାରଣ ଲୋକମାନେ ଯାତାୟାତ ସମୟରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଏହା ଭୋକିଲା ପେଟ ଖବରକାଗଜରେ ପ୍ରକାଶିତ ହୋଇଥିଲା। ମୁଁ ଏହି ଖବର କାଗଜ ଟିକୁ ନେଇ ଭୁବନେଶ୍ବର ରେ ଅବସ୍ଥିତ ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ ଇଂ ତାରା ପ୍ରସାଦ ମିଶ୍ର ଏବଂ ଅଧୀକ୍ଷକ ଯନ୍ତ୍ରୀ ଇଂ ଅମୀୟ ନାୟକ ମହାଶୟଙ୍କୁ ଦେଇ କହିଲି -ସାର୍ ଆମେ ନୂଆ ଗାଡି କିଣିଲାବେଳେ ଆପଣଙ୍କ ସରକାର୍ 15 ବର୍ଷ ର ରୋଡ୍ ଟାକ୍ସ ଆମଠୁ ନେଉଛି,ତେବେ ଆମେ ଏହି ଖାଲଖମା ରାସ୍ତାରେ ଯିବୁ କାହିଁକି? ଆମକୁ ଭଲ ରାସ୍ତା ଦରକାର। ମୋତେ ସାର୍ କହିଛନ୍ତି ରାସ୍ତା କାମ ଖୁବ୍ ଶୀଘ୍ର ଆରମ୍ଭ ହେବ ଏବଂ ଭଲ ରାସ୍ତାରେ ଯାତାୟାତ କରିବେ।ଜଣେ ଶୁଭେସ୍ତୁ ଏହି ସମ୍ବାଦ ପଠେଇଛନ୍ତି ତେଣୁ ତାକୁ ଆମେ ପ୍ରକାଶ କରୁଛୁ ସାଧାରଣ ଲୋକ ଙ୍କ ସ୍ୱାର୍ଥ ଦୃଷ୍ଟିରୁ।

Leave a comment

Your email address will not be published. Required fields are marked *