#Breaking News

ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ଫୁଲବାଣୀ ନେଚ଼ରରିର୍ଟ୍ରିଟ ଉଦଘାଟିତ


ଫୁଲ ବାଣୀ- 30/7(ସୁନୀଲପଟ୍ଟନାୟକ)
ଫୁଲବାଣୀ ସହର ର ସେଣ୍ଟ୍ରାଲ ସ୍କୁଲ ନିକଟରେ ପ୍ରାକୃତିକ ମନୋରମ ପରିବେଶ ମଧ୍ୟରେ ପ୍ରାୟ ୧କୋଟି ଟଙ୍କା ବ୍ୟୟରେ ରହିବା ଖାଇବା. ସହ ଅନ୍ୟାନ୍ୟ ସମସ୍ତ ସୁବିଧ । ଥାଇ ନିର୍ମାଣ କରାଯାଇଥିବା ଫୁଲ ବାଣୀ ନେତର ରିଟ୍ରିଟକୁ ଗୁରୁବାର ସଂଧ୍ୟାରେ ପଞ୍ଚାୟତରାଜ, ଗୃହନଗର ଉନୟନ୍ନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥିଭାବେ ଯୋଗ ନେଇ ଶୁଭ ଉଦ୍ ଘାଟନ କରିଥିଲେ । ଫୁଲ ବାଣୀ ପରି ଛୋଟ ସହରରେ ଏତେବଡ଼ ସ୍ଥାନରେ ପର୍ଯ୍ୟଟକମାନଙ୍କ ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ରହିଥିବାରୁ ମନ୍ତ୍ରୀ ଜେନା ଖୁସି ବ୍ୟକ୍ତ କରିଥିଲେ।ଏହି ନେ ଚ଼ର ରିଟ୍ରିଟ ରାଜ୍ୟ ଓ ରାଜ୍ୟ ବାହାରର ତଥା ବିଦେଶୀ ପର୍ଯଟକମାନଙ୍କୁ ବେଶ ଆକୃଷ୍ଟ କରିବ ବୋଲି ମନ୍ତ୍ରୀ ଜେନା କହିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଫୁଲବାଣୀ ବିଧାୟକ ଅଙ୍ଗଦ କହର, ଜିଲ୍ଲା ବିଜେଡି ସଭାପତି ସରୋଜ କର୍ଣ୍ଣ, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ପୁନମ କ ହଁ ର. ପୂର୍ବତନ ନଗର ପାଳ ପ୍ରତାପପାତ୍ର, ଫୁଲବାଣୀନେ ଚ଼ରରିଟ୍ରିଟ ର ପ୍ରୋପ୍ର।ଇଟର ରାଜେନ୍ଦ୍ର ପାଢୀ ଙ୍କ ସମେତ ବହୁ ବିଜେଡି କର୍ମୀ ଓ ନେତା ଉପସ୍ଥିତ ଥିଲେ।
ଏଠାରେ ପ୍ରାକୃତିକ ପରିବେଶ ମଧ୍ୟରେ ଟେଣ୍ଟ ମଧ୍ୟରେ ଏସି ସୁବିଧା ସହ ଖାଇବା ପିଇବା, ସୁଇମିଙ୍ଗ ପୁଲ, ରବ୍ୟବସ୍ଥା ରହିଛି । ସେହିପରି ରାତିରେ ନାଚଗୀତର ବ୍ୟବସ୍ଥା ମଧ୍ୟ ରହିଛି ।
ଏଠାରେ ରହି ଅନ୍ୟ ପର୍ଯ୍ୟଟନ ସ୍ଥଳୀ କୁ ବୁଲିଯିବା ପାଇଁ ବିଳାସପୂର୍ଣ୍ଣ ଗାଡିର ବ୍ୟବସ୍ଥା ରହିଥିବାରୁ ପର୍ଯ୍ୟଟକମାନେ ପରିବାର ନେଇ ଏଠାରେ ବେଶ ଆରାମରେ ସୁରକ୍ଷିତ ଭାବେ ରହିପାରିବେ ବୋଲି ନେଚ଼ର ରିଟ୍ରିଟ ର ମୁଖ୍ୟ ପରିଚାଳକ ରାଜେନ୍ଦ୍ର ପାଢୀ କହିଛନ୍ତି । ଏ ସି କଟେଜର ମୁଲ୍ୟ ହଜାର ଟଙ୍କା ଥିବାବେଳେ ନନ ଏସିର ମୂଲ୍ୟ ୩ ହଜାର ଟଙ୍କା ରହିଥିବା ପାଢୀ କହିଛନ୍ତି । ସେହିପରି ବାଉଁଶରେ ନିର୍ମିତ ଓପେନ ରେଷ୍ଟୁରାଣ୍ଟ ରହିଛି । ସେହିପରି ଗାଡ଼ିମଟର ରଖିବା ପାଇଁ ଯଥେଷ୍ଟ ପାର୍କିଙ୍ଗ ସ୍ଥାନ ଓ ସୁରକ୍ଷାକର୍ମୀ ମଧ୍ଯ ରହିଛି ।
ରହିବା ପାଇଁ ଅଫଲାଇନ ଓ ଅନ୍ଲାଇନ ବ୍ୟବସ୍ଥା ମଧ୍ୟ ରହିଛି ।
ଅନଲାଇନରେ www.phulbaninature retreats.com ରେ ବୁକିଙ୍ଗ ମଧ୍ୟ କରିପାରିବେ ।

Leave a comment

Your email address will not be published. Required fields are marked *