#Breaking News

କ. ନୂଆଗାଁ ରେ ବିଜେଡି କାର୍ଯ୍ୟ କାରିଣୀ ବୈଠକ

ଫୁଲବାଣୀ(ଉଲାପ୍ର)ପଞ୍ଚାୟତିରାଜ,ପାନୀୟଜଳ,ଆଇନ୍, ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ତଥା କନ୍ଧମାଳ ପର୍ଯ୍ୟବେକ୍ଷକପ୍ରତାପ ଜେନା ଓ ବଡ଼ମ୍ବା ବିଧାୟକ ତଥା କନ୍ଧମାଳ ପର୍ଯ୍ୟବେକ୍ଷକ ଦେବୀପ୍ରସାଦ ମିଶ୍ର ଦିନିକିଆ କ.ନୂଆଗାଁ ଗସ୍ତ ରେ ଆସି ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ,କ.ନୂଆଗାଁ, ତୁମୁଡ଼ିବନ୍ଧ ଓ କୋଟଗଡ଼ ଚାରୋଟି ବ୍ଲକର ବି ଜେ ଡ଼ି ନେତାଙ୍କ ସହ ଆଲୋଚନା କରି ଫେରିଯାଇଛନ୍ତି l
ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଠାରୁ ସଙ୍ଗଠନକୁ ସୁଦୃଢ଼ କରିବାକୁକର୍ମୀ ଓ ନେତାଙ୍କୁ ପରାମର୍ଶ ଦେଇଥିଲେ l ପର୍ଯ୍ୟବେକ୍ଷକଙ୍କ ନିର୍ଦ୍ଦେଶ ଅନୁଯାୟୀ ବର୍ତ୍ତମାନ ଠାରୁ ରଣନିତୀ ଆରମ୍ଭ କଲେଣି ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ବିଧାୟକ ଓ ନେତୃବୃନ୍ଦ । ଆଗାମୀ ଦିନରେ ଦଳ ଆହୁରି ସୁଦୃଢ଼ ହେବ ଏବଂ ଆଗାମୀ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଆମ ନିର୍ବାଚନ ମଣ୍ଡଳୀରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଓ ତୁମୁଡ଼ିବନ୍ଧ ବ୍ଲକ୍ ସଭାପତି ପ୍ରମୋଦ କୁମାର ସାହୁ ।   ଏହି ଅବସର ଶତାଧିକ କର୍ମୀଉପସ୍ଥିତ ରହି   ମନ୍ତ୍ରୀ ପ୍ରତାପ ଜେନା ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । କୋଟଗଡ ଅଂଚଳର ବରିଷ୍ଠ କର୍ମୀ ତଥା ସାଂସଦ ପ୍ରତିନିଧି ମନୋଜ ସାବତ, ଷ୍ଟିଫାନ , ସୁରୁଦା ପାଟମାଝୀ, ବାଲିଗୁଡା ଅଂଚଳର ଲୋକନାଥ  ପାଢ଼ୀ , ବିଭିନ୍ନ ବ୍ଲକ ର ପଞ୍ଚାୟତ ପ୍ରତିନିଧି , ଜିସାୟ ମଣ୍ଡଳ , ଜହନ ବାରିକ, ନଳିନୀ ପ୍ରଧାନ, ରାନୁବାଲା ମହାନ୍ତି ,ବଙ୍ଗାଳି ବଡ଼ସେଥ, ତୁମୁଡିବନ୍ଧ ସରପଞ୍ଚ ମୟନ୍ତି ପାଟମାଝୀ, ଏବଂ ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ଯୁବ ନେତା ପ୍ରମୋଦ ସାହୁ ଉପସ୍ଥିତ ଥିଲେl

Leave a comment

Your email address will not be published. Required fields are marked *