#Breaking News

ମିଡ଼ିଆ ଫୋରମ ପକ୍ଷରୁ ପଂଚାୟତ ରାଜ ମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ


ଫୁଲବାଣୀ -30/7(ସୁନୀଲ ପଟନାୟକ )
କନ୍ଧମାଳ ଜ଼ିଲା ମିଡ଼ିଆ ଫୋରମ ପକ୍ଷରୁ ଶୁକ୍ରବାର ସ୍ଥାନୀୟ ସର୍କିଟ
ହl ଉସ ଠାରେ ପଂଚାୟତ ରାଜ ଗୃହ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିବା ସହ ଫୋରମ ର ନୂତନ କାର୍ଯ୍ୟାଳୟ ନିର୍ମାଣ ପାଇଁ ଅର୍ଥ ଅନୁଦାନ ଯୋଗାଇ ଦେବା ପାଇଁ ଆଲୋଚନା କରିଥିଲେ l ଫୋରମ ପକ୍ଷରୁ ବିଭିନ୍ନ ସମୟରେ ପରିବେଶ ସୁରକ୍ଷା, ବୃକ୍ଷ ରୋପଣ, ସ୍ୱାସ୍ଥ୍ୟ ଶିବିର, ଆଦି ଅନେକ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଉଥିବା ନେଇ ମନ୍ତ୍ରୀ ଙ୍କ ଦ୍ରୁଷ୍ଟି ଆକର୍ଷଣ କରାଯାଇଥିଲା l
ତେବେ ମନ୍ତ୍ରୀ ଶ୍ରୀ ଜେନା ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରତିଶୃତ୍ତି ଦେଇ ଛନ୍ତି l
ଦାବୀ ପତ୍ର ପ୍ରଦାନ ବେଳେ ଫୋରମ ର ସଭାପତି ସୁନୀଲ ବିଶ୍ୱାଳ, ଆଡ଼ ଭାଇ ଜର ବରିଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ, ସମ୍ପାଦକ ସୂର୍ଯ୍ୟ ବେହେରା, ସଦାଶିବ ପାତ୍ର, ଖିରୋଦ ସାହାଣୀ, ସହ ସମ୍ପl ଦକ ରମେଶ ପ୍ରଧାନ, ପ୍ରଶାନ୍ତ ଜେନା, ଆଇନ ପରାମର୍ଶ ଦାତା ସତ୍ୟଅ ନା ରାୟଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l

Leave a comment

Your email address will not be published. Required fields are marked *