#Breaking News

ଜବର ଦଖଲ ଉଛେଦ ବେଳେ ତହସିଲଦାରଙ୍କୁ ମହିଳାଙ୍କ ଘେରାଉ


ଫୁଲବାଣୀ -2/8(ସୁନୀଲ ପଟନାୟକ )
ସୋମବାର କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ମୁଣ୍ଡାସାହିରେ ଜବର ଦଖଲ ଉଛେଦ ବେଳେ ଅଭାବନୀୟ ଘଟଣାଦେଖିବାକୁ ମିଳିଛି l
ଖବର ପାଇ ମୁଣ୍ଡାସାହି ଅଂଚଳ ରେ
କିଛି ଲୋକ ସରକାରୀ ଜମି ଜବରଦଖଲ କରିଥିବାସ୍ଥାନ କୁବାଲିଗୁଡା ତହସିଲଦାର ଶଶାଙ୍କ ଶେଖର ପାତ୍ର ଯାଇ ଉଛେଦ କରିବା ବେଳେ ତହସିଲଦାର ଶଶାଙ୍କ ଶେଖର ପାତ୍ରଙ୍କୁ ଅଂଚଳ ର ମହିଳା ମାନେ ଏକଜୁଟ ହୋଇଦୀର୍ଘ ସମୟ ଧରି ଘେରାଉ କରିବା ସହ ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ନେଇ ଖବର ପାଇବାପରେ ବାଲିଗୁଡାପୋଲିସ ଘଟଣା ସ୍ଥଳରେ ପହଂଚି ତହସିଲଦାର ପାତ୍ରଙ୍କୁ ଉଦ୍ଧl ର କରିଥିଲେ l
ଫଳରେ ଉଛେଦ କାର୍ଯ୍ୟ ବନ୍ଦ ରହିଥିଲା ତେବେ ଆଗାମୀ ଦିନରେ ଜଵର ଦଖଲ କାରି ଙ୍କୁ ପୁଣି ଉଛେଦ କରିବା ପାଇଁ ପକ୍ରିୟା ଆରମ୍ଭ ହେବ ବୋଲି କହିଥିଲେ ତହସିଲଦାର ପାତ୍ର l ତେବେ ଏନେଇ ତହସିଲଦାର ଏତେଲା ଦେଲେ ଉଛେଦ ବେଳେ ବାଧା ସୃଷ୍ଟି କରୁଥିବା ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଟl ନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି l

Leave a comment

Your email address will not be published. Required fields are marked *