#Breaking News

ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ସୁନାଗହଣା ଲୁଟ


ଫୁଲବାଣୀ,-2/8(ସୁନୀଲପଟନାୟକ)
ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଲୁଟି ନେଲେ ଲୁଟେରା l
ଏମିତି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ପଟାବାଲି ସାହିରେ I ପ୍ରଶାନ୍ତ କୁମାର ପାଣିଗ୍ରାହୀ ନାମକ ଜଣେ ଜଣାଶୁଣା ବ୍ୟବସାୟୀ ତଥା ପୁର୍ବ ତନ ରୋଟାରୀ ସଭାପତି ଙ୍କ ଘରୁ ଲୁଟ୍ ହୋଇଛି l ସୂଚନାଯୋଗ୍ୟଯେ, ଗତକାଲି ସିଂଧ୍ୟାରେ ବ୍ୟବସାୟୀ ପ୍ରଶାନ୍ତ ଙ୍କ ପୁଅ ଓ ବୋହୁ ସମସ୍ତେ ବ୍ରହ୍ମପୁର ଯାଇଥିଲେ l ବ୍ୟବସାୟୀ ପ୍ରଶାନ୍ତ ଏକୁଟିଆ ଘରେ ଥିବା ସମୟରେ ରାତି ପ୍ରାୟ ୧୦ଟା ସମୟରେ ତିନିଜଣ ଦୃବର୍ତ୍ତ ହଟାତ ଘରକୁ ପଶିଯାଇ ପ୍ରଶାନ୍ତ ଏକୁଟିଆ ଥିବାର ସୁଯୋଗ ନେଇ ବନ୍ଧୁକ ରେ ପ୍ରଶାନ୍ତ ଙ୍କ ମୁଣ୍ଡକୁ ଆଘାତ ଦେଇଥିଲେ l ତାଙ୍କର ହାତକୁ ଧରି ଟଙ୍କା ପଇସା କୋଉଠି ଅଛି ପଚାରିଥିଲେ l ପ୍ରଶାନ୍ତ ଭୟରେ କହିଦେଇଥିଲେ l ତିନିଜଣ ଦୃବର୍ତ୍ତ ଆଲମିରାର ଲକର ଭାଙ୍ଗି ପାଖାପାଖି ୫୦ ତୁଳା ସୁନା ଓ ଲକ୍ଷାଧିକ ଟଙ୍କା ନେଇ ଚାଲିଯାଇଥିଲେ l ଏହାପରେ ବ୍ୟବସାୟୀ ପ୍ରଶାନ୍ତ ପାଣି ଗ୍ରାହୀ ପୁଲିସ କୁ ଏନେଇ ଖବର ଦେଇଥିଲେ l ଖବର ପାଇ ଘଟଣା ସ୍ଥଳରେ ଫୁଲବାଣୀ S. D. P. O ମହେନ୍ଦ୍ର ନାଥ ମୁର୍ମୁ ଓ ଟାଉନ୍ IIC ସୁଶାନ୍ତ କୁମାର ସେଠି ପ୍ରମୁଖ ପହଁଚି ଘଟଣାତଦନ୍ତ ଚଳାଇଥିଲେ ମଧ୍ଯ ଏ ଯାଏ ଓ ଡକାୟତମାନଙ୍କ ସନ୍ଧାନ ମିଳିନି ‘I

Leave a comment

Your email address will not be published. Required fields are marked *