#Breaking News

ଓଡ଼ିଶା ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୁତିରଞ୍ଜନ ଲେଙ୍କା ଙ୍କ ନିର୍ଦେଶ କ୍ରମେ ସରକାରୀ ନିଯୁକ୍ତିରେ ଆବେଦନ ବୟସ ସୀମା ୪୨ ବର୍ଷ ବୃଦ୍ଧି ନିମନ୍ତେ ଦାବିପତ୍ର ପ୍ରଦାନ

ଓଡିଶାରେ ସରକାରୀ ନିଯୁକ୍ତି ପାଇଁ ବୟସସୀମାରେ ତାରତମ୍ୟ ଥିବାରୁ ବହୁ ମେଧାବୀ ଛାତ୍ରଛାତ୍ରୀ ମାନେ ଉଚ୍ଚତର ଶିକ୍ଷା ହାସଲ ପରେ ମଧ୍ୟ ସରକାରୀ ଚାକିରୀରେ ଆବେଦନ ପାଇବାରୁ ସୁଯୋଗରୁ ବଂଚିତ ହେଉଛନ୍ତି । ପ୍ରକାଶ ଯୋଗ୍ୟକି ବର୍ତମାନ ସରକାରୀ ଚାକିରୀରେ ରାଜ୍ୟର ସାଧାରଣ ବର୍ଗ ଙ୍କ ବୟସ ସୀମା ୩୨ ବର୍ଷ ଥିବାବେଳେ, ଗୋଆରେ ୪୫, ଆସାମରେ ୪୪, ତେଲେଙ୍ଗାନାରେ ୪୪, ଆନ୍ଧ୍ରରେ ୪୨, ଉତ୍ତରପ୍ରଦେଶ, ରାଜସ୍ଥାନ, ପଚିମାବଙ୍ଗ ଓ ମଧ୍ୟପ୍ରଦେଶ ରେ ୪୦ ବର୍ଷ ଧାର୍ଯ୍ୟ କରାଯାଇଛି। ଏହା ସତ୍ୟ ଯେ ଓଡ଼ିଶାରେ ସର୍ବୋଚ୍ଚ ବୟସ ୪୨ କୁ ସୀମା ବୃଦ୍ଧି କରାଗଲେ ଆଶାୟୀ ପ୍ରାର୍ଥୀଙ୍କ ଆବେଦନ ସଂଖ୍ୟା ମଧ୍ୟ ସେହି ଅନୁପାତରେ ବୃଦ୍ଧିହେବ ! ଏହି କାର୍ଯ୍ୟକ୍ରମ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଶ୍ରୀ ଅଭିଳାଷ ପତି, ଜିଲ୍ଲା ଯୁବ କଂଗ୍ରେସ ସୋସିଆଲ ମିଡ଼ିଆ ସଂଯୋଜକ ପପୁ କୁମ୍ଭାର, ପ୍ରିୟରଞ୍ଜନ ଦାସ, ଲକ୍ଷ୍ମନ ସୁନା, ବାବୁଲି କୁମ୍ଭାର ଉପସ୍ଥିତ ଥିଲେ !

Leave a comment

Your email address will not be published. Required fields are marked *