#Breaking News

କନ୍ଧମାଳରେ କମ ବର୍ଷା, ଖରିଫ ଧାନଚାଷ ନେଇ ସନ୍ଦେହରେ ଚାଷୀ


ଫୁଲବାଣୀ(ସୁନୀଲପଟନାୟକ)
ଚଳିତ ବର୍ଷ ବିଳମ୍ବରେ ବର୍ଷା ହେବା ସାଙ୍ଗକୁ ଓ ଆବଶ୍ୟକତାଠାରୁ କମ ବୃଷ୍ଟିପାତ ଯୋଗୁଁ କନ୍ଧମାଳ ଜିଲ୍ଲାରେ ଚାଷ କାମବିଳମ୍ୱ ହେବା ସହ ଖରୀ ଫ ଧାନଚାଷ ନେଇ ସନ୍ଦେହରେ ଚାଷୀ। ବର୍ତମାନ ସୁଧା ରୁଆ କାମ ସରି ନି,ଏଣେ କମ ବୃଷ୍ଟିପାତ ଯୋଗୁ ସରକାର ଚଳିତ ବର୍ଷ କନ୍ଧମାଳ ଜିଲ୍ଲାରେ ମୋଟ ଧାର୍ଯ୍ୟ ଲକ୍ଷ୍ୟର ୨୫ ପ୍ରତିଶତ ଧାନଚାଷକମାଇ ଦେଇଛନ୍ତି ।
ଠିକ ସମୟରେ ଭଲବର୍ଷାକୁ ଅନାଇ ଅନାଇ ଶେଷରେହତାଶ ହୋଇ ପଡ଼ିଥିବା ଚାଷୀ ବିଳମ୍ବରେ ହେଲେ ମଧ୍ଯ ବର୍ଷା ହେବା ଫଳରେ ଚ।ଷ କାମ ଆରମ୍ଭ କରିଛନ୍ତି।
ଜିଲ୍ଲାରେ ପ୍ରତିବର୍ଷ ୫୦ହଜାର ହେକ୍ଟର ଧାନଚାଷ ହେଇ ଅ।ସୁଥିବାବେଳେ ଏବର୍ଷ କୃଷି ବିଭାଗ ୨୫ ପ୍ରତିଶତ କମାଇ ୩୭ହଜାର ୫୦୦ ହେକ୍ଟର ଜମିରେ ଧାନଚାଷ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରିଛି । ସେଥିମଧ୍ୟରୁ ଏ ଯାଏ ୧୭ହଜାର ହେକ୍ଟର ଜମିରେ ରୁଆ କାମ ସରିଥିବ।ବେଳେ ବାକି ୨୦ ହଜାର ୫ଶହ ହେକ୍ଟର ଜମି ରୁ ଆ ହୋଇନି। ବର୍ଷା ନ ହେଲେ
ବଳକା ବିଲ ସବୁ କିଭଳି ରୋଇବୁ ବୋଲି କଲାଡିରମହିଳାଚାଷୀ- ଭାରତୀ ଡିଗଲ,
ବିପ୍ରଚରଣ ପ୍ରଧାନ, ରାଧାକାନ୍ତ୍ର ଡିଗଲ ପ୍ରମୁଖ ପ୍ରଶ୍ନ କରିଛନ୍ତି ।

ସେହିପରି ଜିଲ୍ଲାରେ ୧ ଲକ୍ଷ ୨୭ ହଜାର ୭୯୦ ହେକ୍ଟର ଚାଷଜମି ରହିଛି। ଧାନ ଚାଷ କୁ ବାଦଦେଲେ ୯୦ ହଜାର ହେକ୍ଟର ଜମିରେ ପନି ପରିବା ହଳଦୀ,ମକା, ମୁଗ, ବିରି, ଶୋରିଷ, ମାଣ୍ଡିଆ ,କପା ଆଦି ଅଣଧାନ ଫସଲ କରାଯାଉଛି ।

କନ୍ଧମାଳଜିଲ୍ଲାରେ ଏବର୍ଷହାରାହାରି ଯେତେବର୍ଷ ।ହୋଇଛିଧାନଚାଷ ପାଇଁ କୌଣସି ଅସୁବିଧା ନ ଥିବା ଜିଲ୍ଲା ମୁଖ୍ୟ କୃଷି ଅଧିକାରି ପ୍ରଶାନ୍ତ କୁମାର ଶତପଥି କହିଛନ୍ତି ।
ସେହିପରି ଏବର୍ଷ ବିଶେଷକରି ଜିଲାରେ ଅଣଧାନ ଚାଷ ଉପରେ ଗୁରୁତ୍ଵ ଦିଆଯାଉଥିବା ସେ କହିଛନ୍ତି।
ଜିଲାରେ ଆବଶ୍ୟକ ପରିମାଣର ସାର ମହଯୁଦ ଥିବା ସିଡିଏ ଓ ଶତପଥି କହିଛନ୍ତି।

ହେଲେ ଜିଲାରେ ଜଳସେଚନ ସୁବିଧାବିଶେଷ ନ ଥିବାବେଳେ ବର୍ଷା ପରିମାଣ ମଧ୍ୟ କମ ରହିଛି । ଏପରି ସ୍ଥଳେ ଆଗକୁ ବର୍ଷା ନ ହେଲେ ଧାନ ଚାଷ କିଭଳି ହେବ ତାକୁ ନେଇ ଚିନ୍ତାରେ କନ୍ଧମାଳରଚାଷୀ।

ଆଜିର ରାଶିଫଳ

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *